ବିଶିଷ୍ଟ ଆଇନଜୀବୀ ସର୍ବେଶ୍ବର ସାହୁଙ୍କ ପରଲୋକ

କଟକ : ବିଶିଷ୍ଟ ଆଇନଜୀବୀ ତଥା ଜଣାଶୁଣା ଟିକସ ପରାମର୍ଶଦାତା ସର୍ବେଶ୍ବର ସାହୁଙ୍କର ଗତ ୧୯ ତାରିଖରେ ପରଲୋକ ଘଟିଛି। ତାଙ୍କୁ ୮୭ ବର୍ଷ ‌େହାଇଥିଲା।

ଜଗତସିଂହପୁର ଜିଲ୍ଲା ଗଡମା ନିକଟ ଅରଣା ଗ୍ରାମରେ ୧୯୩୩ରେ ଜନ୍ମିତ ସ୍ବର୍ଗତ ସାହୁ କଟକର ପ୍ୟାରୀମୋହନ ଏକାଡେମୀ, ଷ୍ଟିୱାର୍ଟ ସାଇନ୍ସ କଲେଜ, ରେଭେନ୍ସା କଲେଜ ଏବଂ ଏମ.ଏସ୍. ଲ’ କଲେଜରୁ ଶିକ୍ଷା ଗ୍ରହଣ କରିବା ପରେ ପ୍ରଥମେ ଛତ୍ର ବଜାର ହାଇସ୍କୁଲର ପ୍ରଧାନ ଶିକ୍ଷକ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ପରେ କିନ୍ତୁ ସେ ଶିକ୍ଷାକତାରୁ ଓହରି ଆଇନ ବୃତ୍ତିରେ ପାଦ ଦେଇ ସଫଳତା ଅର୍ଜନ କରିଥିଲେ। ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ପତ୍ନୀ ଲେଖିକା ପ୍ରଭାସିନୀ ସାହୁ, କନ୍ୟା ମଧୁସ୍ମିତା ମହାନ୍ତି, ମଧୁଲିତା ପୋଦ୍ଦାର, ପୁଅ ଆଇନଜୀବୀ ଶାନ୍ତନୁ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ସମ୍ବନ୍ଧିତ ଖବର