ସତୀଭଟା ଏୟାରଷ୍ଟ୍ରିପ୍‌ ପାଚେରି ଭାଙ୍ଗିଲା

ପଦ୍ମପୁର : ଜିଲ୍ଲାରେ ଥିବା ଏକମାତ୍ର ଉଡ଼ାଜାହାଜ ଅବତରଣ ପଡ଼ିଆ ପଦ୍ମପୁର ନିକଟସ୍ଥ ସତୀଭଟା ଏୟାରଷ୍ଟ୍ରିପ୍‌ଠାରେ ବର୍ଷା ଜଳ ନିଷ୍କାସନ ହୋଇନପାରି ଏହାର ପାଚେରି ଭାଙ୍ଗିଯାଇଛି। ନୂତନ ଭାବରେ ଉଡାଜାହାଜ ପଡ଼ିଆକୁ ସଂପ୍ରସାରଣ କରାଯାଇ ଥିବାବେଳେ ପଡ଼ିଆର ଉଭୟ ପାର୍ଶ୍ବରେ ପ୍ରାୟ ୩୦ଟି ଖମ୍ବ ସହ ପାଚେରି ଭାଙ୍ଗି ଖଣ୍ଡବିଖଣ୍ଡିତ ହୋଇଯାଇଛି। ପାଚେରିକୁ ଲାଗି ବର୍ଷା ଜଳ କେନାଲ ଭାବରେ‌ ବୋହି ଚାଲିଥିବାରୁ ଗଭୀର ନାଳ ସୃଷ୍ଟି ହୋଇ ଦ୍ବିତୀୟଥର ପାଇଁ ଏଭଳି ଘଟଣା ଘଟିଛି। ବାରମ୍ବାର ପାଚେରୀ ଭାଙ୍ଗିବା ଘଟଣା ଏହାର ନିର୍ମାଣ କାମର ଗୁଣବତ୍ତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପକ୍ଷରେ ଯୁଦ୍ଧକାଳୀନ ଭିତ୍ତିରେ ପାଚେରି ମରାମତି କାମ ଚାଲିଛି।

ସମ୍ବନ୍ଧିତ ଖବର