ଯଦି ତୁମ ଜୀବନ ପ୍ରତି ବିପଦ ଅଛି, ତେବେ ତୁମପାଇଁ ଜେଲ ହିଁ ସବୁଠୁ ସୁରକ୍ଷିତ ସ୍ଥାନ : ଅଭିଜିତ ଆୟାରକୁ ସୁପ୍ରିମକୋର୍ଟଙ୍କ କଡ଼ାକଥା

ନୂଆଦିଲ୍ଲୀ : ମତ ପ୍ରକାଶ କରିବାର ଅଧିକାରର ଦ୍ୱାହି ଦେଇ ଓଡ଼ିଶାର କଳା ସଂସ୍କୃତି ଓ ଜଗନ୍ନାଥଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଇଥିବା ସାମ୍ବାଦିକ ତଥା ସ୍ତମ୍ଭକାର ଅଭିଜିତ ଆୟାର ମିତ୍ର ଖସିଯିବାକୁ ବସିଥିଲେ । ତାଙ୍କୁ ମଧ୍ୟ ଦେଶର କେତେକ ତଥାକଥିତ ଉଦାରବାଦୀ ସାମ୍ବାଦିକ  ସମର୍ଥନ କରିବାକୁ ବାହାରି ଆସିଥିଲେ। କିନ୍ତୁ ସୁପ୍ରିମକୋର୍ଟରେ  ବଡ଼ ଧକ୍କା ଲାଗିଛି ଏହି ତଥାକଥିତ ଉଦାରବାଦୀଙ୍କୁ । ଆଜି ସୁପ୍ରିମ କୋର୍ଟ ଅଭିଜିତଙ୍କ ଉପରେ ପ୍ରବଳ ବିରକ୍ତ ହେବା ସହ ତାଙ୍କର ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ।

ଗୁରୁବାର ଅଭିଜିତଙ୍କ ତରଫରୁ ମାମଲା ଲଢୁଥିବା ବରିଷ୍ଠ ଆଇନଜୀବୀ କ୍ରିପାଲ ସିଂ ଜାମିନ ଆବେଦନ କରିଥିଲେ । ଓଡ଼ିଶାରେ ଓକିଲମାନଙ୍କ ଆନ୍ଦୋଳନ ଚାଲିଥିବାରୁ ଓଡିଶାକୁ ଗଲେ ତାଙ୍କର ଜାମିନ ଆବେଦନର ଶୁଣାଣି ହୋଇପାରିବ ନାହିଁ । ଏହା ସହିତ ଓଡ଼ିଶା ଗଲେ ଅଭିଜିତଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ତାଙ୍କ ଓକିଲ କୋର୍ଟଙ୍କୁ ଜଣାଇଥିଲେ । କିନ୍ତୁ ଏହି ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି ରଂଜନ ଗୋଗୋଇ କହିଥିଲେ ଯେ ଯଦି ତୁମ ଜୀବନ ପ୍ରତି ବିପଦ ଅଛି ତୁମ ପାଇଁ ଜେଲ ହିଁ ସବୁଠାରୁ ନିରାପଦ ସ୍ଥାନ । ଅଭିଜିତ ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇଛନ୍ତି ବୋଲି ପ୍ରଧାନ ବିଚାରପତି ଗୋଗୋଇ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ଅଭିଜିତଙ୍କୁ ସୁପ୍ରିମକୋର୍ଟ ଦେଇଥିବା ଅନ୍ତରୀଣ ସୁରକ୍ଷା ଆସନ୍ତା କାଲି ଶେଷ ହେଉଛି ।

ସମ୍ବନ୍ଧିତ ଖବର