ଦ୍ୱିତୀୟ କୋଣାର୍କ ଗଙ୍ଗେଶ୍ୱର ମନ୍ଦିର ପ୍ରତି ଅବିଚାର : ମାଟିରେ ମିଶିଲାଣି କଳାକୃତି, ମନ୍ଦିର ସାରା ମାଡ଼ିଗଲାଣି ଗଛଲତା

ପୁରୀ/ଗୋପ : ଦେଖିଲେ ଆଖି ଲାଗିଯିବ। ଭାରତର କୌଣସି ପ୍ରାଚୀନ ମନ୍ଦିରର କଳାକୃତିଠାରୁ ଗୋପ ଏରବଙ୍ଗ ପଞ୍ଚାୟତ ବୟାଳିଶିବାଟିର ଏହି ମିନି କୋଣାର୍କ ମନ୍ଦିର କିଛି କମ ନୁହେଁ। କୋଣାର୍କ ମନ୍ଦିର ଭଳି ପ୍ରତିଟି ପ୍ରସ୍ତରରେ ଖୋଦିତ ହୋଇଛି କଳାକୃତି। ଓଡ଼ିଶାର ଏଭଳି ଏକ ପ୍ରାଚୀନ ତଥା ବିରଳ ମନ୍ଦିର ଧ୍ୱସାଂଭିମୁଖୀ ହୋଇପଡିଛି। ମନ୍ଦିର ଏକପ୍ରକାର ନଷ୍ଟ ହୋଇଗଲାଣି କହିଲେ ଚଳେ। ମନ୍ଦିିର ସାରା ଗଛଲତାରେ ପରିପୂର୍ଣ୍ଣ। ଗଛ ଚେର ମନ୍ଦିରକୁ ଫଟାଇ ସାରିଲାଣି। କୋଣାର୍କଠୁ ପ୍ରାଚୀନ କୁହାଯାଉଥିବା ଗଙ୍ଗେଶ୍ୱର ମନ୍ଦିର ପ୍ରତି ସରକାର ଓ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଅବିଚାର କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରଛନ୍ତି।

ଅନ୍ୟ ମନ୍ଦିର ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଏଭଳି ଏକ ବିରଳ ମନ୍ଦିରର ସୁରକ୍ଷା ଦିଗରେ କେହି ଯତ୍ନବାନ ନଥିବା ସ୍ଥାନୀୟ ଗ୍ରାମବାସୀ ପ୍ରକାଶ କରିଛନ୍ତି। କୋଣାର୍କ ମନ୍ଦିରଠାରୁ ପ୍ରାଚୀନ କୁହାଯାଉଥିବା ଏହି ମନ୍ଦିର ରକ୍ଷଣାବେକ୍ଷଣ ସରକାରଙ୍କର ଦାୟିତ୍ୱ ବୋଲି ସ୍ଥାନୀୟ ବାସିନ୍ଦା ମତ ରଖିଛନ୍ତି।

ସମ୍ବନ୍ଧିତ ଖବର