ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ

ଯଶିପୁର/ ପଦ୍ମପୁର: ପ୍ରକୃତିର ଅପରୂପ ଶୋଭା ଓ ସୁଷମାର ଭଣ୍ଡାର ବିଶ୍ବ ବିଖ୍ୟାତ ଶିମିଳିପାଳ ଜୈବ ମଣ୍ଡଳ ଆଜି ପର୍ଯ୍ୟଟକଙ୍କ ପାଇଁ ଖୋଲିଛି। ଉତ୍ସୁକତାର ସହ ଯଶିପୁରର କାଳିଆଣି ଓ ବାରିପଦାର ପିଠାବଟା ପ୍ରବେଶ ପଥ ଦେଇ ରାଜ୍ୟ ଭିତର ଓ ବାହାରର ପ୍ରକୃତି ପ୍ରେମୀ ପର୍ଯ୍ୟଟକମାନେ ପ୍ରବେଶ ଆରମ୍ଭ କରିଛନ୍ତି। ପ୍ରଥମ ଦିନରେ କାଳିଆଣି ଗେଟ୍‌ ଦେଇ ୮ଟି ଗାଡ଼ିରେ ମୋଟ ୫୨ ଜଣ ପ୍ରବେଶ କରିଥିବା ବେଳେ ପିଠାବଟା ଦେଇ ୪୯ ଜଣ ପ୍ରବେଶ କରିଥିବାର ବିଭାଗୀୟ ସୂତ୍ରରୁ ଜଣାପଡିଛି। ପଣ୍ଡିଚେରୀର ଏକ ପର୍ଯ୍ୟଟକ ଦଳ କାଳିଆଣି ଦେଇ ପ୍ରବେଶ କରି କୁମାରୀ ଇକୋ ଟୁରିଜିମ କଂପ୍ଲେକ୍ସରେ ରାତ୍ରିଯାପନ କରିଥିବାର ସୂଚନା ମିଳିଛି। ସେହିଭଳି ପିଠାବଟା ପଟୁ ରାଜ୍ୟ ବାହାରର ପର୍ଯ୍ୟଟକମାନେ ମଧ୍ୟ ପ୍ରବେଶ କରିଛନ୍ତି।

ଆଜି ପର୍ଯ୍ୟଟକଙ୍କୁ ସ୍ୱାଗତ କରିବା ପାଇଁ କାଳିଆଣି ଚେକ୍ ଗେଟ ନିକଟରେ ଗୁରୁଗୁଡ଼ିଆ ରେଞ୍ଜ ଅଧିକାରୀ ହିମାଂଶୁ ସାତୁଆଙ୍କ ନେତୃତ୍ବ ଓ ପରିଚାଳନାରେ ସ୍ୱାଗତ ଉତ୍ସବ ଅୟୋଜିତ ହୋଇଥିଲା। ନବାଗତ ପର୍ଯ୍ୟଟକଙ୍କୁ ଫୁଲତୋଡା ଓ ମିଠା ସହ ଆମନ୍ତ୍ରିତ କରାଯାଇଥିଲା।

ପ୍ରଥମ ଦିନରେ ୪୦୬୦ ଟଙ୍କା ରାଜସ୍ବ ଆଦାୟ ହୋଇଥିଲା।

ସମ୍ବନ୍ଧିତ ଖବର