ଆସନ୍ତାକାଲି ସନ୍ଧ୍ୟା ୫ଟା ୩୦ରେ ଯେଉଁଠି ଥିଲେ ବି ଗାଆନ୍ତୁ ‘ବନ୍ଦେ ଉତ୍କଳ ଜନନୀ’: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତାକାଲି ସନ୍ଧ୍ୟା ସାଢ଼େ ୫ଟାରେ ଯେଉଁଠି ଥିଲେବି ‘ବନ୍ଦେ ଉତ୍କଳ ଜନନୀ’ ଗାଆନ୍ତୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆହ୍ୱାନ କରିଛନ୍ତି । ରାଜ୍ୟ ତଥା ରାଜ୍ୟ ବାହାରେ ଓ ଅନ୍ୟ ଦେଶରେ ଥିଲେ ବି ଓଡ଼ିଆମାନେ ଏହି ଗୀତ ଗାଆନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି । ଯେଉଁଠି ଥିଲେ ବି ଠିଆ ହୋଇ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବେ । ଏହି ସମୟରେ ସବୁ ଟ୍ରାଫିକ ବନ୍ଦ କରିବାକୁ ଅନୁରୋଧ କରାଯାଉଛି । କାର୍ଯ୍ୟାଳୟ, ରାସ୍ତାଘାଟ, ବିଲବାଡ଼ି-ଯେଉଁଠି ଥିଲେ ବି ଗାଇବେ । ମୁଖ୍ୟମନ୍ତ୍ରୀ କହିଛନ୍ତି, ବନ୍ଦେ ଉତ୍କଳ ଜନନୀ ଗାଇ କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ କରନ୍ତୁ । ସେ ସମସ୍ତ ଓଡ଼ିଆଙ୍କୁ ଆହ୍ୱାନ କରିଛନ୍ତି ।

ସମ୍ବନ୍ଧିତ ଖବର