ଆଗାମୀ କିଛି ଦିନ ଓଡ଼ିଶାରେ ପ୍ରବଳ ବର୍ଷା ଲାଗିରହିବ : ସ୍କାଏମେଟ

ଭୁବନେଶ୍ୱର : ଗତ କାଲିଠାରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଆରମ୍ଭ ହୋଇଯାଇଛି । ଗତକାଲି ରାତିରେ ଭୁବନେଶ୍ୱରରେ ପ୍ରବଳ ପବନ ସାଙ୍ଗକୁ ବର୍ଷା ହୋଇଥିଲା । ତେବେ ଆଗକୁ କିଛି ଦିନ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ସ୍କାଏମେଟ ଆକଳନ କରିଛି ।

ସ୍କାଏମେଟର ରିପୋର୍ଟ ଅନୁସାରେ ଏବେ ଆନ୍ଧ୍ର ଉପକୂଳ ବଙ୍ଗୋପସାଗରରେ ଏକ ଅପର ଏୟାର ସାଇସ୍କୋନିକ ସାର୍କୁଲେସନ ( ଘୁର୍ଣ୍ଣିବଳୟ ) ସୃଷ୍ଟି ହୋଇଛି । ଏହାର ପ୍ରଭାବରୁ ସମୁଦ୍ରରୁ ଓଡ଼ିଶା ଉପରକୁ ଜଳୀୟବାଷ୍ପ ଥିବା ବାୟୁ ପ୍ରବାହିତ ହେଉଛି । ଏଣୁ ଆଗାମୀ କିଛି ଦିନ ଓଡ଼ିଶାର ବିଭିନ୍ନ ସ୍ଥାନ ଯେପରିକି ଭୁବନେଶ୍ୱର, ବାଲେଶ୍ୱର, ଗଞ୍ଜାମ, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ଝାରସୁଗୁଡା ଆଦି ସ୍ଥାନରେ ଓ ଛତିଶଗଡ଼ର ରାୟପୁର, ଦୁର୍ଗ,ରାଇଗଡ ଆଦି ସ୍ଥାନରେ ବର୍ଷା ହୋଇପାରେ । କେତେକ ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇପାରେ । ଲଗାଣ ବର୍ଷା ଫଳରେ ଏସବୁ ଅଞ୍ଚଳରେ ତାପମାତ୍ରା ହ୍ରାସ ପାଇବ ।

ସମ୍ବନ୍ଧିତ ଖବର