ରାଜ୍ୟ କ୍ୟାବିନେଟ୍‌ରେ ୬ଟି ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ଶୁକ୍ରବାର ୬ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକରେ ପୂର୍ବତନ ବିଧାୟକଙ୍କ ସ୍ୱାସ୍ଥ୍ୟବୀମା ରାଶିକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ରାଶି ୨ଲକ୍ଷ ଟଙ୍କା ଥିବା ବେଳେ ବର୍ତ୍ତମାନ ଏହାକୁ ୫ ଲକ୍ଷ ଟଙ୍କା କରି ଦିଆଯାଇଛି। ସେହିପରି ପୂର୍ବତନ ବିଧାୟକ ମେଡିକାଲ ଭତ୍ତା ୨୦୦୦ ଟଙ୍କା ପର୍ଯ୍ୟନ୍ତ ନେଇ ପାରିବେ। କ୍ୟାବିନେଟ୍‌ ବୈଠକରେ ଜିଆଇଇଟି ଗୁଣପୁରକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଅନୁମୋଦିତ ହୋଇଛି। ସେହିପରି ସମବାୟ ଆଇନ, ଭୂତଳ ଜଳ ଆଇନରେ ସଂଶୋଧନ ଅଣାଯାଇଛି। ବେଲପାହାଡ ଓ ଝାରସୁଗୁଡ଼ାରେ ଭୂତଳ ଜଳ ବ୍ୟବହାରକୁ ଅନୁମୋଦନ ମିଳିିଥିବା ବେଳେ ବନ ବିଭାଗରେ ଚାକିରି ପାଇଁ ସର୍ବନିମ୍ନ ଯୋଗ୍ୟତା +୩ ବିଜ୍ଞାନକୁ ବୃଦ୍ଧି କରାଯାଇଛି।

ସମ୍ବନ୍ଧିତ ଖବର