ତାଳଚେର ବିଧାୟକଙ୍କ ଗାଡ଼ିରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଗାଡ଼ିରେ କେହି ଦୁର୍ବୃତ୍ତ  ନିଆଁ ଲଗାଇ ଦେଇଥିବା ଖବର ସେହି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମିଳିଥିବା ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ନନ୍ଦିରା-ଭରତପୁରରେ ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ କାର୍ଯ୍ୟାଳୟରେ ଥିବା ତାଙ୍କର ଫରଚ୍ୟୁନ୍ ଗାଡ଼ିଟି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। ଏହା ଦେଖି ସେଠାରେ ଥିବା କର୍ମଚାରୀମାନେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ସେହି ସମୟରେ ବିଧାୟକ ବ୍ରଜ କିଶୋର ପ୍ରଧାନ ମଧ୍ୟ ସେଠାରେ ଥିଲେ।

ସୂଚନାଯୋଗ୍ୟ ଗତ ଅଗଷ୍ଟ ମାସ ୧୯ ତାରିଖରେ ବି ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଭୁବନେଶ୍ବରସ୍ଥିତ ବାସଭବନରେ ଥିବା ଦୁଇଟି କାର ଏବଂ ମୋଟର ସାଇକେଲରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। ଗତ ନଭେମ୍ବର ୧ ତାରିଖରେ ବି ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ହାଣ୍ଡିଧୁଆଁସ୍ଥିତ ପୈତୃକ ଗ୍ରାମରେ ଅନୁରୂପ ଉଦ୍ୟମ ହୋଇଥିଲା। ଏହା ତାଙ୍କ ସହ ରାଜନୈତିକ ବା ବ୍ୟାବସାୟିକ ଶତ୍ରୁତା ଯୋଗୁଁ ଘଟିଥିବାର ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର