ଜୁନାଗଡ଼ ବ୍ଲକ୍‌ରେ ଶିକ୍ଷକ ସମସ୍ୟା : ସହରରେ ଅଧିକ, ଗାଁରେ ଅଭାବ

ଜୁନାଗଡ଼ : ଜୁନାଗଡ଼ ବ୍ଲକ୍‌ର ବିଭିନ୍ନ ସ୍କୁଲରେ ଶିକ୍ଷକ ସମସ୍ୟା ଯୋଗୁଁ ପାଠପଢ଼ା ପ୍ରଭାବିତ ହେଉଛି। କେତେକ ସ୍କୁଲରେ ଛାତ୍ର ଅନୁପାତରେ ଅଧିକ ଶିକ୍ଷକ ଥିବା ବେଳେ ଅଧିକାଂଶ ସ୍କୁଲରେ ଶିକ୍ଷକ ଅଭାବ ରହିଛି। ସହରାଞ୍ଚଳ ଓ ମୁଖ୍ୟ ରାସ୍ତାକଡ଼ରେ ଥିବା ସ୍କୁଲ୍‌ଗୁଡ଼ିକରେ ଅଧିକ ଶିକ୍ଷକ ଥିବା ବେଳେ ଆଭ୍ୟନ୍ତରୀଣ ଅଞ୍ଚଳର ସ୍କୁଲ୍‌ଗୁଡ଼ିକରେ କମ୍‌ ଶିକ୍ଷକ ରହିଥିବା ଅଭିଯୋଗ ହେଉଛି। ଏହାକୁ ନେଇ ଅଭିଭାବକ ମହଲରେ କ୍ଷୋଭ ପ୍ରକାଶ ପାଇଛି।

ଜୁନାଗଡ଼ ବ୍ଲକ୍‌ରେ ୮୫୪ ଜଣ ନିୟମିତ ଶିକ୍ଷକ ଅଛନ୍ତି, ୯୪ ଜଣ ନିୟମିତ ଗଣଶିକ୍ଷକ, ୭ଜଣ ଗଣଶିକ୍ଷକ, ୧୭୬ ଜଣ ଶିକ୍ଷା ସହାୟକ ସମେତ ୧୧୩୧ ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି। ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ୮୪ ଜଣଙ୍କୁ ନୂତନ ଭାବେ ନିଯୁକ୍ତି ଦିଆଯାଇଛି। ୨୮୩ ଜଣ ବିଏବିଇଡି ଶିକ୍ଷକ ଥିବା ବେଳେ ୯ଜଣ ବିଏଏମଇଡି, ୮୫ ଜଣ ବିଜ୍ଞାନ ଓ ୨୦୫ ଜଣ କଳା ଶିକ୍ଷକ ରହିଛନ୍ତି। ୨୦ରୁ କମ୍‌ ଛାତ୍ରଛାତ୍ରୀ ଥିବା ସ୍କୁଲକୁ ସରକାର ବନ୍ଦ କରି ପାଖରେ ଥିବା ସ୍କୁଲରେ ସେହି ଛାତ୍ରଛାତ୍ରୀମାନଙ୍କୁ ପଢ଼ିବା ପାଇଁ ଶିକ୍ଷା ବିଭାଗର ନିର୍ଦେଶ ଅଛି। ତଥାପି ଜୁନାଗଡ଼ ବ୍ଲକ୍‌ରେ ଆଜି ମଧ୍ୟ ବହୁ ସ୍କୁଲରେ ୨୦ରୁ କମ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର