ଅପରାହ୍ଣ ୧:୩୦ ସୁଦ୍ଧା ଆଠଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ସୋମବାର ପୂର୍ବାହ୍ନ ୧୦: ୩୦ରୁ ଅପରାହ୍ଣ ୧: ୩୦ ମଧ୍ୟରେ ରାଜ୍ୟର ଆଠଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ଅସରାଏ ଦୁଇ ଅସରା ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି।

ବର୍ଷା ହେବାର ସମ୍ଭାବନା ଥିବା ଜିଲ୍ଲାଗୁଡ଼ିକ ହେଉଛି: ବାଲେଶ୍ୱର, ସୁନ୍ଦରଗଡ଼, ମୟୂରଭଞ୍ଜ, ଗଞ୍ଜାମ, ଗଜପତି, କେନ୍ଦୁଝର, ପୁରୀ ଏବଂ କଳାହାଣ୍ଡି।

ସମ୍ବନ୍ଧିତ ଖବର