ବନ୍ଦ ହେବନି ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପ

ଭୁବନେଶ୍ୱର : ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପ ଏବେ ବନ୍ଦ ହେବନାହିଁ। ତେବେ ସାମୟିକ ଭାବେ ସ୍ଥଗିତ ରହିଥିବା ଏହି ପ୍ରକଳ୍ପ ସଂପର୍କରେ ଆଗାମୀ ଦିନରେ ଆଲୋଚନା କରାଯିବ। ଏହା ପରେ ଏହି ପ୍ରକଳ୍ପ ପୁଣି ଆଗେଇବ ବୋଲି ସୂଚନା ଦେଇଛନ୍ତି ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ(ଏନ୍‌ଟିସିଏ)ର ଆଇଜି ଅମିତ ମଲ୍ଲିକ। ଦୁଇ ଦିନିଆ ସାତକୋଶିଆ ଗସ୍ତ ଶେଷ କରିବା ପରେ ଶ୍ରୀ ମଲ୍ଲିକ ଆଜି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଗତ ଦୁଇ ଦିନ ମଧ୍ୟରେ ଏନ୍‌ଟିସିଏ ଓ ଡବ୍ଲୁଆଇଆଇ କର୍ତ୍ତୃପକ୍ଷ ସାତକୋଶିଆ ଗସ୍ତକରି ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଥିଲେ। ଏଥିସହ ବ୍ୟାଘ୍ର ପ୍ରକଳ୍ପର ବିଭିନ୍ନ ଦିଗ ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଆସନ୍ତା ସପ୍ତାହରେଏନ୍‌ଟିସିଏ ପକ୍ଷରୁ ଏ ସମ୍ପର୍କିତ ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯିବ।

ଅନୁଗୁଳ: ପୋକ ସାଲୁବାଲୁ ମହାବଳର ବ୍ୟବଚ୍ଛେଦ ପରେ ବନ ବିଭାଗ ଯଦିଓ ଶବକୁ ପୋଡ଼ି ଦେଇଛି, କିନ୍ତୁ ତା’ର ଡିଏନ୍‌ଏ ସୁରକ୍ଷା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ବୈଜ୍ଞାନିକ ପଦ୍ଧତିରେ ମହାବୀରର ଡିଏନ୍‌ଏରେ ଥିବା ସ୍ବତନ୍ତ୍ରତାକୁ ଗ୍ରୁପି˚ କରାଯିବ। ହାଇଦ୍ରାବାଦ୍‌ ସ୍ଥିତ ସେଣ୍ଟର ଫର ସେଲୁଲାର‌୍‌ ମଲିକୁଲାର ବାୟୋଲୋଜିର ଲାବ‌ରଟେରୀରେ ତା’ର ପରୀକ୍ଷା ନିରୀକ୍ଷା କରାଯିବ। ସେଥିପାଇଁ ନମୁନାପ୍ରସ୍ତୁତ ହୋଇ ସାରିଥିବା ଜଣାପଡ଼ିଛି। ଡିଏନ୍‌ଏ ସ˚ରକ୍ଷଣ ପଛର କାରଣ ହେଉଛି ମହାବଳ ବ˚ଶର ଗବେଷଣା। ସାତକୋଶିଆରେ ମହାବଳ ବ˚ଶ ବୃଦ୍ଧି ପୂର୍ବରୁ ମହାବୀର ସିନା ସବୁ ଦିନ ପାଇଁ ଆଖି ବୁଜିଦେଲା, କିନ୍ତୁ ଆଗକୁ ଆସୁଥିବା ତା’ର ବ˚ଶଜଙ୍କ କ୍ଷେତ୍ରରେ ଡିଏନ୍‌ଏ ଯେମିତି କାମରେ ଆସି ପାରିବ ସେଥିପାଇଁ ଏମିତି ଯୋଜନା ହୋଇଥିବା ଜଣାପଡ଼ିଛି।

ସୂଚନା ମୁତାବକ, ସାତକୋଶିଆର ପୁରୁଣା ବୁଢ଼ୀ ବାଘୁଣୀ ଗର୍ଭରେ ମହାବୀର ଔରସର ଶାବକ ଥିବା ବନ ବିଭାଗ ଅନୁମାନ କରୁଛି। ଯଦି ଅନୁମାନ ସତ୍ୟ ହୁଏ, ତେବେ ଅଳ୍ପ ଦିନ ମଧୢରେ ସାତକୋଶିଆରେ ଶାବକ ଜନ୍ମର ଖୁସି ଖବର ମିଳିପାରେ। ମହାବୀରର ଡିଏନ୍‌ଏ ଗ୍ରୁପି˚ କଲେ, ଶାବକଙ୍କ ପାଇଁ କାମରେ ଆସିପାରେ। ତା’ ସହିତ ଆଗାମୀ ଦିନରେ ମହାବଳ ପ୍ରୋଜେକ୍ଟ ରିସର୍ଚ୍ଚ କ୍ଷେତ୍ରରେ ମଧୢ ଡିଏନ୍‌ଏ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇପାରେ ବୋଲି ବିଶେଷଜ୍ଞ କହିଛନ୍ତି। ସେହିପରି ଅନ୍ୟାନ୍ୟ ତଦନ୍ତ ପାଇଁ ମହାବୀରର ରକ୍ତ ନମୁନା ଆଜି ଡେରାଡୁନ୍‌ ସ୍ଥିତ ଭାରତୀୟ ବନ୍ୟଜୀବ ସ˚ସ୍ଥାନକୁ ସାତକୋଶିଆରୁ ପଠା ସରିଥିବା ଜଣାପଡ଼ିଛି।

ଅପରପକ୍ଷେ, ସାତକୋଶିଆ ଯୁବ ମହାବଳ ମୃତ୍ୟୁର ଦ୍ବିତୀୟ ଦିନ ତନାଘନା ଜୋର‌୍‌ଦାର ହୋଇଛି। ଏନ୍‌ଟିସିଏ ଆଇଜି ଅମିତ ମଲ୍ଲିକ ଗତକାଲି ଜଙ୍ଗଲକୁ ଯାଇ ତଳୁ ଉପର ଯାଏଁ ବିଭିନ୍ନ କର୍ମଚାରୀଙ୍କୁ ତୁହାକୁ ତୁହା ଜେରା କରିଥିଲେ। ମହାବଳ ମୃତ୍ୟୁ ସମ୍ପର୍କରେ ସାତକୋଶିଆ ଡାକ୍ତର କିଶୋର ସାହୁଙ୍କୁ ପ୍ରାୟ ଘଣ୍ଟାଏ କାଳ ପଚରା ଉଚରା କରାଯାଇଥିଲା। ଆଜି ଆଖପାଖ ଗାଁ ଲୋକଙ୍କ ସହିତ ସେ ବାର୍ତ୍ତାଳାପ କରିଥିଲେ।

ସେହିପରି ବାଘୁଣୀ ‘ସୁନ୍ଦରୀ’ ଅସୁସ୍ଥତା ଖବର ପ୍ରଚାରିତ ହେବା ପରେ ଶ୍ରୀ ମଲ୍ଲିକ ଏନ୍‌କ୍ଲୋଜରକୁ ଯାଇ ବହୁ ସମୟ ଧରି ବାଘୁଣୀର ଗତିବିଧି ଲକ୍ଷ୍ୟ କରି ଫେରିଛନ୍ତି।

ସମ୍ବନ୍ଧିତ ଖବର