ଶ୍ରମିକ ସଙ୍ଗଠନର ୨ ଦିନିଆ ଧର୍ମଘଟ: ବିଭିନ୍ନ ଷ୍ଟେସନରେ ଅଟକାଇଲେ ଟ୍ରେନ, ଜାତୀୟ ରାଜପଥ ବି ଅବରୋଧ

ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରଙ୍କ ଆର୍ଥିକ ନୀତିକୁ ବିରୋଧ କରି କେନ୍ଦ୍ରୀୟ ଶ୍ରମିକ ସଂଗଠନଗୁଡ଼ିକ ପକ୍ଷରୁ ଆଜି ଠାରୁ ଦୁଇ ଦିନିଆ ଧର୍ମଘଟ ଆରମ୍ଭ ହୋଇଛି।  ଦେଶର ବାମପନ୍ଥୀ ଚାଷୀ ସଂଗଠନଗୁଡ଼ିକ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଆଜି ସକାଳ ୬ଟାରୁ ୧୦ ତାରିଖ ସକାଳ ୬ଟା ଯାଏଁ ୪୮ ଘଣ୍ଟା ପାଇଁ ଏହି ଧର୍ମଘଟ ହେବ । ଏଥିରେ ଆଇଏନଟିୟୁସି, ଏଆଇଟିୟୁସି, ଏଚଏମଏସ, ସିଟୁ, ଏଆଇୟୁଟିୟୁସି ଭଳି ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ, କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରଙ୍କ କର୍ମଚାରୀ ସଂଘ, ବ୍ୟାଙ୍କ ଓ ବୀମା କର୍ମଚାରୀଙ୍କ ସଂଘ ସମେତ ଜାତୀୟସ୍ତରର ବିଭିନ୍ନ ସ୍ୱାଧୀନ ଶ୍ରମିକ ଓ କର୍ମଚାରୀ ସଂଗଠନ ଏଥିରେ ସାମିଲ୍‌ ହୋଇଛନ୍ତି। ଧର୍ମଘଟ ଯୋଗୁଁ ବିଭିନ୍ନ ସ୍ଥାନରେ ରେଳରୋକ କରାଯାଇଥିବା ବେଳେ ଜାତୀୟ ରାଜପଥରେ ଟ୍ରକ୍‌ ଚଳାଚଳ ବନ୍ଦ ରହିଥିବା ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ୱର ଷ୍ଟେସନରେ ଗୌହାଟୀ- ତିରୁଅନନ୍ତପୁରମ ଏକ୍ସପ୍ରେସକୁ ଆନ୍ଦୋଳନକାରୀମାନେ ଅଟକାଇଥିବା ବେଳେ ଜଳେଶ୍ୱର ଷ୍ଟେସନରେ ଖଡ଼ଗପୁର- ଖୋର୍ଦ୍ଧାରୋଡ୍‌୍‌ ପାସେଞ୍ଜର ଟ୍ରେନ୍‌କୁ ଅଟକାଇଛନ୍ତି।.

କଟକ ରେଳ ଷ୍ଟେସନରେ ଆନ୍ଦୋଳନକାରୀମାନେ ବିକ୍ଷୋଭ କରୁଥିବା ବେଳେସେଠାରେ ଗରିବ ରଥକୁ ଅଟକାଇଛନ୍ତି।  ଭୁବନେଶ୍ୱରଠାରେ ଜାତୀୟ ରାଜପଥକୁ ଆନ୍ଦୋଳନକାରୀମାନେ ଅବରୋଧ କରିଛନ୍ତି। ପୁରୀ ଠାରେ ମଧ୍ୟ୍ୟ ରେଳ ଷ୍ଟେସନରେ ଆନ୍ଦୋଳନକାରୀମାନେ ବିକ୍ଷାଭ କରି ଟ୍ରେନ୍‌ ଛାଡ଼ୁ ନାହାଁନ୍ତି।

ସମ୍ବନ୍ଧିତ ଖବର