ଭାରତ ବନ୍ଦ ଯୋଗୁଁ ରେଳସେବା ବାଧାପ୍ରାପ୍ତ : ଜାଣନ୍ତୁ କେଉଁ ଟ୍ରେନ କେଉଁ ଷ୍ଟେସନରୁ କେତେବେଳେ ଛାଡ଼ିବ, କେଉଁ ଟ୍ରେନ୍‌ ବାତିଲ୍‌ ହେଲା

ଭୁବନେଶ୍ୱର: ‘ମୋଦି ହଟାଅ, ଦେଶ ବଞ୍ଚାଅ’ ଆହ୍ଵାନରେ ଦେଶ ବ୍ୟାପୀ ଦୁଇ ଦିନିଆ ଧର୍ମଘଟ ଆରମ୍ଭ ହୋଇଛି। ୧୨ ଦଫା ଦାବିରେ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିଅନ୍‌, ସ୍ୱାଧୀନ ଫେଡେରେସନ୍‌ ଓ ଆସୋସିଏସନ ସମେତ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ଦ୍ଵାରା ଦିଆଯାଇଥିବା ଏହି ୪୮ ଘଣ୍ଟିଆ ଧର୍ମଘଟ ଡାକରାକୁ ବିଜେପିକୁ ଛାଡି ଅନ୍ୟ ରାଜନୈତିକ ଦଳ ସମର୍ଥନ ଦେଇଛନ୍ତି। ଏପରିକି କଂଗ୍ରେସ ଓ ବିଜେଡି ଶ୍ରମିକ ସାମ୍ମୁଖ୍ୟ ମଧ୍ୟ ଏହି ହରତାଳକୁ ସମର୍ଥନ ଦେବା ନେଇ ପୂର୍ବରୁ ଘୋଷଣା କରିଛନ୍ତି । ଫଳରେ ରାଜ୍ୟରେ ବସ୍‌ ଚଳାଚଳ ଓ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ରେଳରୋକୋ ହେତୁ ଅନେକ ଟ୍ରେନ୍‌ ବିଭିନ୍ନ ଷ୍ଟେସନରେ ଅଟକି ରହିଛି। ଏହାକୁ ଆଖିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ କେତେକ ଟ୍ରେନ୍‌ ବାତିଲ କରାଯାଇଥିବା ବେଳେ କେତେକର ରୁଟରେ ପରିବର୍ତ୍ତନ ଅଣାଯାଇଛି। ପୁଣି କେତେକ ଟ୍ରେନର ସମୟରେ ପରିବର୍ତ୍ତନ କରାଯାଇଛି।

ଚେନ୍ନାଇ-ହାଓ୍ଵଡା କୋରମଣ୍ଡଳ ଏକ୍ସପ୍ରେସ୍‌ ଭଦ୍ରକରୁ ୭ଟା ୧୫ ମିନିଟ୍‌ ପରିବର୍ତ୍ତେ ୭.୩୫ ମିନିଟ୍‌ରେ ଛାଡ଼ିବ। ସେହିପରି ଭୁବନେଶ୍ୱର-ହାଓ୍ଵଡା ଜନଶତାବ୍ଦୀ ଏକ୍ସପ୍ରେସ୍‌ ଭୁବନେଶ୍ୱରରୁ ୬ଟା ପରିବର୍ତ୍ତେ ୬ଟା ୪୫, ପୁରୀ-ହାଓ୍ଵଡା ଶତାବ୍ଦୀ ଏକ୍ସପ୍ରେସ୍‌ ରେତଙ୍ଗରୁ ୭.୧୦ ପରିବର୍ତ୍ତେ ୭.୩୩ ଏବଂ ଭୁବନେଶ୍ୱରରୁ ୭.୩୩ ପରିବର୍ତ୍ତେ ୮.୫୮ରେ, ଭୁବନେଶ୍ୱର-ବଲାଙ୍ଗୀର ଇଣ୍ଟରସିଟି ଏକ୍ସପ୍ରେସ୍‌ ଭୁବନେଶ୍ୱରରୁ ୬.୩୦ ପରିବର୍ତ୍ତେ ୬.୫୩ରେ, ପୁରୀ -ଏଲଟିଟି ଏକ୍ସପ୍ରେସ୍‌ ରେତାଙ୍ଗରୁ ୬.୩୦ ପରିବର୍ତ୍ତେ ୭.୦୦ରେ ଏବଂ ଭୁବନେଶ୍ୱରରୁ ୭.୧୧ ପରିବର୍ତ୍ତେ ୮.୩୯ରେ ପହଞ୍ଚିବ।

ସେହିପରି ପୁରୀ-ପାରାଦୀପ/ବଡବିଲ୍‌ ଇଣ୍ଟରସିଟି ଡେଲାଙ୍ଗରୁ ୬.୪୦ ପରିବର୍ତ୍ତେ ୯.୦୫, ବିଶାଖପଟନମ୍‌-ଅମ୍ରିତସର ହୀରାକୁଦ ଏକ୍ସପ୍ରେସ୍‌ ଖୋର୍ଦ୍ଧା ରୋଡ୍‌ରୁ ୬.୪୫ ପରିବର୍ତ୍ତେ ୭.୩୫ ଏବଂ ରେତାଙ୍ଗରୁ ୭.୫୩ ପରିବର୍ତ୍ତେ ୮.୪୫, ହାଇଦ୍ରାବାଦ-ହାଓ୍ଵଡା ଇଷ୍ଟକୋଷ୍ଟ ଏକ୍ସପ୍ରେସ୍‌ ଖୋର୍ଦ୍ଧା ରୋଡରୁ ୭.୪୮ ପରିବର୍ତ୍ତେ
୯.୧୫ରେ ଛାଡ଼ିବ।

ଏହି ଟ୍ରେନ୍‌ଗୁଡ଼ିକ ବ୍ୟତୀତ ନାଗରକୋଲି-ସାଲିମାର୍‌ ଏକ୍ସପ୍ରେସ୍‌ ଖୋର୍ଦ୍ଧାରୁ ୬.୨୫ ପରିବର୍ତ୍ତେ ୭.୨୫, ମହୀଶୂର-ହାଓ୍ଵଡା ଏକ୍ସପ୍ରେସ୍‌ ଖୋର୍ଦ୍ଧାରୁ ୯.୨୫ରେ , ତିରୁପତି-ଭୁବନେଶ୍ୱର ଏକ୍ସପ୍ରେସ୍‌ ରମ୍ଭାରୁ ୮.୪୦ରେ, ଯଶବନ୍ତପୁର-ହାଓ୍ଵଡା ଏକ୍ସପ୍ରେସ୍‌ ବ୍ରହ୍ମପୁରରୁ ୭.୫୨ରେ, ସିକନ୍ଦରବାଦ-ହାଓ୍ଵଡା ଫାଲକ୍‌ନାମ ଏକ୍ସପ୍ରେସ୍‌ ଇଚ୍ଛାପୁରମ୍‌ରୁ ୯.୦୫ରେ, ଦୁର୍ଗା-ପୁରୀ ଏକ୍ସପ୍ରେସ୍‌ ଭୁବନେଶ୍ୱର ନ୍ୟୁରୁ ୭.୫୦ ପରିବର୍ତ୍ତେ ୮.୪୭ରେ ଓ ବିକାନେର୍‌-ପୁରୀ ଏକ୍ସପ୍ରେସ୍‌ ନିରାଜରୁ ୮.୧୭ ପରିବର୍ତ୍ତେ.୯.୦୩ରେ ଛାଡ଼ିବ।

ସେହିପରି ଭୁବନେଶ୍ୱର-ବିଶାଖପଟନାମ୍‌-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ୍‌, ପୁରୀ-କଟକ-ପୁରୀ ପାସେଞ୍ଜର,କଟକ-ବ୍ରହ୍ମପୁର-କଟକ ପାସେଞ୍ଜର, କଟକ-ଭଦ୍ରକ-କଟକ ପାସେଞ୍ଜର, ବ୍ରହ୍ମପୁର-କଟକ-ବ୍ରହ୍ମପୁର ମେମୁ, କଟକ-ପାରାଦୀପ-କଟକ ମେମୁ ଓ ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ପାସେଞ୍ଜର ଟ୍ରେନ୍‌କୁ ବାତିଲ କରାଯାଇଛି।

ସମ୍ବନ୍ଧିତ ଖବର