ଶୋକରେ ରାୟଗଡ଼ା କ୍ୟାମ୍ପ : ଖାଇଲେନି ୧୨୦୦ ଯବାନ

ରାୟଗଡା : ଚାରି ବର୍ଷ ଧରି ରାୟଗଡା ମାଟିର ସେବା କରିଥିଲେ। ୨ ମାସ ତଳେ ବଦଳି ହୋଇଥିଲେ ଜମ୍ମୁ କଶ୍ମୀରକୁ। ଗଲାବେଳେ ସାଥୀ ଯବାନଙ୍କୁ କଥା ଦେଇଥିଲେ ଛୁଟିରେ ଆସିଲେ ନିଶ୍ଚୟ ଦେଖା ହେବ। କିନ୍ତୁ ଗତକାଲି ଜମ୍ମୁରୁ କଶ୍ମୀର କ୍ୟାମ୍ପକୁ ଯାଉଥିବା ବେଳେ ଆତଙ୍କୀ ହମଲାରେ ସହିଦ୍ ହୋଇଗଲେ ପ୍ରସନ୍ନ କୁମାର ସାହୁ।

ହମଲାରେ ୪୪ ଯବାନଙ୍କ ମୃତ୍ୟୁ ଘଟଣା ରାୟଗଡା ସିଆରପିଏଫ୍ କ୍ୟାମ୍ପକୁ ସ୍ତବ୍ଧ କରି ଦେଇଛି। ସେହିପରି ପ୍ରସନ୍ନ ସହିଦ୍ ହେବା ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସାଥୀ ଯବାନ।

ସାଥୀ ଯବାନଙ୍କ ସ୍ମୃତିରେ ଆଜି କ୍ୟାମ୍ପ ପରିସରରେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ୧୨ଶହ ଯବାନ ଖାଦ୍ୟ ତ୍ୟାଗ କରିଛନ୍ତି। ସାଥୀ ଯବାନଙ୍କ କହିବାନୁଯାୟୀ, ଶାନ୍ତ ଓ ସରଳ ସ୍ବଭାବର ଥିଲେ ପ୍ରସନ୍ନ। କର୍ତବ୍ୟରେ କେବେ ହେଳା କରୁନଥିଲେ। କ୍ୟାମ୍ପ ଭିତରେ ହେଉ କିମ୍ବା ବାହାରେ ସବୁବେଳେ ନିଜ ଦାୟିତ୍ବ ତୁଲାଇବାରେ ସେ ଥିଲେ ଆଗରେ। ଯେଉଁଥି ପାଇଁ ଉଚ୍ଚ ପଦସ୍ତ ଅଧିକାରୀଙ୍କଠୁ ଆରମ୍ଭ କରି ସାଥୀ ଯବାନଙ୍କ ପ୍ରିୟ ପାତ୍ର ହୋଇ ପାରିଥିଲେ। ନୂତନ ଭାବେ ସିଆର୍‌ପିଏଫ୍‌ରେ ସାମିଲ୍ ଯବାନଙ୍କ ମନୋବଳକୁ ଦୃଢ଼ କରିବା ସହ ଅପରେସନ ସମୟରେ ପ୍ରସନ୍ନ ନିଭାଉଥିଲେ ପ୍ରମୁଖ ଭୂମିକା।

ସମ୍ବନ୍ଧିତ ଖବର