ଦୁର୍ଘଟଣାରେ ୨ ବାଇକ ଆରୋହୀ ମୃତ

ବିଜେପୁର : ବରଗଡ-ବିଜେପୁର ରାସ୍ତାର ସମଲେଇପଦର ଛକ ନିକଟରେ ବୁଧବାର ଅପରାହ୍ନ ୩ଟା ବେଳେ ସଡ଼କ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ମାନେ ହେଲେ ସାନବାଉଁଶେନ ପଞ୍ଚାୟତ ଝାଲପାଲି ଗ୍ରାମର ତୁଲସୀରାମ ସାହୁ(୪୮) ଓ ଅଶ୍ୱିନୀ ସାହୁ(୪୦)। ଦୁର୍ଘଟଣାର କାରଣ ସଠିକ ଭାବେ ଜଣାପଡ଼ିନାହିଁ। ତୁଳସୀରାମ ଏବଂ ଅଶ୍ୱିନୀ ସାଙ୍ଗ ହୋଇ ଏକ ହିରୋହୋଣ୍ଡା ବାଇକରେ ବରଗଡ଼ ଯାଉଥିବା ବେଲେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।

ସମ୍ବନ୍ଧିତ ଖବର