ଓଡ଼ିଶାରେ ରହିଛି ଦୁଇଟି ନକଲି ବିଶ୍ୱବିଦ୍ୟାଳୟ, ସେଗୁଡ଼ିକର ନାଁ ଜାଣନ୍ତୁ

ଭୁବନେଶ୍ୱର : ଛାତ୍ରଛାତ୍ରୀମାନେ ସତର୍କ ରୁହନ୍ତୁ । ଓଡ଼ିଶାରେ ରହିଛି ୨ଟି ନକଲି ବିଶ୍ୱବିଦ୍ୟାଳୟ । ଏ ସଂପର୍କରେ ଖୋଦ ବିଶ୍ୱ ବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଘୋଷଣା କରିଛି । ଏହି ଦୁଇଟି ନକଲି ବିଶ୍ୱବିଦ୍ୟାଳୟ ହେଲା ରାଉରକେଲାର ନବଭାରତ ଶିକ୍ଷା ପରିଷଦ ଓ ମୟୁରଭଞ୍ଜରେ ଥିବା ଉତ୍ତର-ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ।

ୟୁଜିସି ପକ୍ଷରୁ ଆଜି ସାରା ଦେଶରେ ଥିବା ମୋଟ ୨୪ଟି ନକଲି ବିଶ୍ୱବିଦ୍ୟାଳୟର ତାଲିକା ବାହାର କରାଯାଇଛି । ଏହି ତାଲିକାରେ ଓଡ଼ିଶାର ଉପରୋକ୍ତ ଦୁଇଟି ଶିକ୍ଷାନୁଷ୍ଠାନ ରହିଛି । ଏହାଛଡ଼ା ଦିଲ୍ଲୀ, ଉତ୍ତରପ୍ରଦେଶ, ବିହାର, କର୍ଣ୍ଣାଟକ,ପଣ୍ଡିଚେରୀ, ମହାରାଷ୍ଟ୍ର, କେରଳ, ପଶ୍ଚିମବଙ୍ଗ ଆଦି ରାଜ୍ୟରେ ମଧ୍ୟ ନକଲି ବିଶ୍ୱବିଦ୍ୟାଳୟ ରହିଛି । ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ସର୍ବାଧିକ ସଂଖ୍ୟକ ନକଲି ବିଶ୍ୱ ବିଦ୍ୟାଳୟ ରହିଛି ।

ୟୁଜିସି ଆଇନ ୧୯୫୬ର ଧାରା ୨୨(୧) ଅନୁସାରେ ରାଜ୍ୟ କେନ୍ଦ୍ର ବା କେନ୍ଦ୍ରଶାସିତ ଅଂଚଳ ଆଇନ, ୟୁଜିସି ଆଇନର ଧାରା-୩ ଅଥବା ସଂସଦର ଏକ ଆଇନ ବଳରେ ଗଢାହୋଇଥିବା ଅନୁଷ୍ଠାନ କେବଳ ଛାତ୍ରଛାତ୍ରୀମାନଙ୍କୁ ଡିଗ୍ରୀ ପ୍ରଦାନ କରିପାରିବେ । ପୁଣି ୟୁଜିସି ଆଇନର ଧାରା ୨୩ ଅନୁସାରେ ଉପରୋକ୍ତ ଆଇନ ଅନୁସାରେ ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନମାନେ ହିଁ କେବଳ ବିଶ୍ୱବିଦ୍ୟାଳୟ ନାଁ ବ୍ୟବହାର କରିପାରିବେ ।

ସମ୍ବନ୍ଧିତ ଖବର