ଭିସୁଟର ପ୍ରଯୁକ୍ତିବିଦ୍ୟା ଉତ୍ସବ ‘ସମାବେଶ’ ଉଦ୍‌ଯାପିତ

ସମ୍ବଲପୁର : ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ୍‌)ର ବାର୍ଷିକ ପ୍ରଯୁକ୍ତିବିଦ୍ୟା ଉତ୍ସବ ‘ସମାବେଶ’ ବିଶ୍ବେଶ୍ବରାୟ ପ୍ରେକ୍ଷାଳୟରେ ରବିବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ସନ୍ଧ୍ୟାରେ କୁଳପତି ପ୍ରଫେସର ଅଟଳ ଚୌଧୁରୀଯୋଗ ଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ‘ମେକର୍‌ ଫେଷ୍ଟ’ରେ ଦେଶର ବିଭିନ୍ନ ପ୍ରତିଷ୍ଠିତ ଅନୁଷ୍ଠାନର ୩୨ଟି ପ୍ରକଳ୍ପ ସ୍ଥାନ ପାଇଥିଲା। ଭିସୁଟର ଲୋ କଷ୍ଟ ବ୍ଲୁମ୍‌, ଭିଏସ୍‌ଲଭି, ଜୀବନ ରକ୍ଷକ ବୋଟ୍‌ ଆଦି ପ୍ରକଳ୍ପଗୁଡ଼ିକ ବେଶ୍‌ ଆକର୍ଷଣୀୟ ହୋଇଥିଲା। ଟେକନିକାଲ ସମ୍ମିଟରେ ୪୦ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ଭାଇଜାଗ୍‌ର ସ୍ମାର୍ଟ ୱାର୍କର୍ସ ପ୍ରଥମ, ଭୁବନେଶ୍ବର ଆଇଆଇଆଇଟି ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ। ଏହି ଅବସରରେ ଏକ ଜାତୀୟସ୍ତରୀୟ ଇଣ୍ଡଷ୍ଟ୍ରିଆଲ କନକ୍ଲେଭ ଅନୁଷ୍ଠିତ ହୋଇଥିଲା। ଏଥିରେ ସିଏସଆଇଆର ଆଇଏମଏମଟିର ଡ.ଏସଏସ ବାସୁ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ।

ଉଦ୍‌ଯାପନୀ ସନ୍ଧ୍ୟାରେ ଭିସୁଟ ଛାତ୍ରଛାତ୍ରୀଙ୍କ ଦ୍ବାରା ବାଲୁକା କଳା ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କୁଳପତି ପ୍ରଫେସର ଅଟଳ ଚୌଧୁରୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ବା‌ବଧାନରେ ଅନୁଷ୍ଠିତ ଏହି ୩ ଦିବସୀୟ ଉତ୍ସବରେ ଦେଶର ବିଭିନ୍ନ ଇଞ୍ଜିନିୟରିଂ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ୨ ହଜାର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର