୪ରେ ପ୍ରଚାର ପାଇଁ ଓଡିଶା ଆସିବେ ଉତ୍ତରପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ଦିନେଶ ଶର୍ମା

ଭୁବନେଶ୍ୱର: ଆସନ୍ତା ୪ ତାରିଖରେ ବିଜୟ ସଂକଳ୍ପ ସମାବେଶ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା । ଶ୍ରୀ ଶର୍ମା ୪ ତାରିଖ ଦିନ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକର ପୁରୁଣା କଟକ, ନୂଆପଡା ଜିଲ୍ଲା କୋମନା ବ୍ଳକର କୁଲୁଆଡିହ ଏବଂ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିର୍ବାଚନମଣ୍ଡଳୀ ଅନ୍ତଗର୍ତ କୁକୁଡାହାଣ୍ଡି ବ୍ଳକର ଅଂକୁଶ ପଡିଆଠାରେ ଅନୁଷ୍ଠିତ ସଭାରେ ଯୋଗ ଦେବେ ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଳକ ମହାପାତ୍ର ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର