ନିଶା ପାଇଁ ହିଂସା ବଢ଼ୁଛି : ଗାନ୍ଧୀ ଜୟନ୍ତୀରେ ‘ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ’ ପକ୍ଷରୁ ଗଣଧାରଣା, ପ୍ରତୀକ ଅନଶନ

କେନ୍ଦ୍ରାପଡ଼ା : ଗାନ୍ଧୀଜୀଙ୍କ ୧୫୦ତମ ଜୟନ୍ତୀ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ପାଳନ କରୁଛନ୍ତି। ସେହି ଉଦ୍ଦେଶ୍ୟ ନିଆଯାଇଥିବା କର୍ଯ୍ୟକ୍ରମ ମଧ୍ୟରେ ନିଶା ନିବାରଣ ନାହିଁ। ବରଂ, ନିଶା ଏବେ ବଢ଼ିଚାଲିଛି ଏବଂ ଏଥିଯୋଗୁ ସାରାରାଜ୍ୟରେ ହିଂସା ମଧ୍ୟ ବଢ଼ିଚାଲିଛି। ଏହାର ପ୍ରତିବାଦରେ ଗାନ୍ଧୀ ଜୟନ୍ତୀ ଦିନ ‘ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ’ ପକ୍ଷରୁ ରାଜ୍ୟର ସବୁ ବ୍ଳକ୍‌ ସମ୍ମୁଖରେ ଗଣଧାରଣା ଓ ପ୍ରତୀକ ଅନଶନ ପାଳନ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ ଗ୍ରହଣ କରାଯାଇଛି।

ଏହି ପରିପ୍ରେକ୍ଷୀରେ ଲୋହିଆ ଏକାଡେମୀଠାରେ ଆୟୋଜିତ ପ୍ରସ୍ତୁତି ବୈଠକର ଆୟୋଜନ କରାଯାଇଥିଲା। ଏ ସମ୍ପର୍କରେ ନିଶା ନିବାରଣ ଅଭିଯାନର ସଭାପତି ପଦ୍ମଚରଣ ନାୟକ ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି ଯେ, ଗାନ୍ଧୀଜୀଙ୍କ ୧୫୦ ବର୍ଷ ଜୟନ୍ତୀ ପାଳନ କାଳରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ନିଶାନିବାରଣ କାର୍ଯ୍ୟକାରୀ କଲେ ତାହା ହିଁ ହେବ ତାଙ୍କ ପ୍ରତି ଯଥାର୍ଥ ଶ୍ରଦ୍ଧା ନିଦର୍ଶନ।

ଏଥିସହିତ, ନୋଟ୍‌ରୁ ଗାନ୍ଧୀଜୀଙ୍କ ଛବି ବାଦ୍‌ ଦେବା ପାଇଁ ସେ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଯେଉଁ ନୋଟ୍‌ରେ ଗାନ୍ଧୀଙ୍କ ଛବି ରହିଛି ତାହା ପୁଣି ମଦ କିଣିବା ଠାରୁ ଆରମ୍ଭ କରି ଭୋଟ କିଣିବା ଭଳି ଅପକର୍ମ ପାଇଁ ବ୍ୟବହୃତ ହେଉଛି। ତେଣୁ ଗାନ୍ଧୀଙ୍କ ଛବି ବାଦ୍‌ ଦେବା ପାଇଁ ପ୍ରଧାନମନ୍ତ୍ରୀ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଅନୁରୋଧ କରାଯାଇଛି ବୋଲି ଶ୍ରୀ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର