ଗୁଜବ, ମିଛ ଖବର ଭାଇରାଲ ରୋକିବାକୁ ପଦକ୍ଷେପ ନେଲା ହ୍ଵାଟସ୍‌ଆପ୍‌, ଅାରମ୍ଭ କଲା ‘ଖୁସି ବାଣ୍ଟନ୍ତୁ, ଗୁଜବ ନୁହେଁ’ ଅଭିଯାନ

ଭୁବନେଶ୍ୱର: ଭାରତରେ ଲୋକପ୍ରିୟ ସାମାଜିକ ଗଣମାଧ୍ୟମ ହ୍ଵାଟସ୍‌ଆପ୍‌କୁ କୋଟି କୋଟି ଲୋକ ବ୍ୟବହାର କରୁଛନ୍ତି। ଆଉ ଏହାର ଫାଇଦା ଉଠାଇ କେତେକ ଅପରାଧିକ ତତ୍ତ୍ୱ  ମିଛ ଖବର ବା ଗୁଜବ ପ୍ରଚାର କରି ଭାରତୀୟ ସାମାଜିକ ଜୀବନକୁ ଅସ୍ତବ୍ୟସ୍ତ କରିବା ପାଇଁ ଚକ୍ରାନ୍ତ ଚଳାଇଛନ୍ତି। ଏ କ୍ଷେତ୍ରରେ ଯେପରି ହ୍ଵାଟ୍ସଆପ୍‌ ପରି ସାମାଜିକ ଗଣମାଧ୍ୟମରେ ଗୁଜବ ପ୍ରଚାର ବା ଭାଇରାଲକୁ ରୋକାଯାଇ ପାରିବ ସେ ନେଇ ପଦକ୍ଷେପ ନେବାକୁ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ହ୍ଵାଟ୍‌ସଆପକୁ କହିଥିଲେ।  ଏ ନେଇ ଗତ ସେପଟେମ୍ବର ମାସରେ ହ୍ଵାଟ୍ସଆପ ରେଡିଓ ମାଧ୍ୟମରେଏହାର ପ୍ରଚାର କରିଥିଲା। ବର୍ତ୍ତମାନ ଏହା ଟିଭି ଓ ମୁଦ୍ରିତ ଗଣମାଧ୍ୟମର ଅଶ୍ରୟ ନେଇ ‘ଖୁସି ବାଣ୍ଟନ୍ତୁ, ଗୁଜବ ନହେଁ’ ଅଭିଯାନରେ  ଏହି ଗୁଜବ ବା ମିଛ ଖବର ଭାଇରାଲକୁ ରୋକିବା ପାଇଁ ଉଦ୍ୟମ ଆରମ୍ଭ କରିଛି।

ହ୍ଵାଟସ୍‌ଆପ୍‌ ପକ୍ଷରୁ  କୁହାଯାଇଛି ଯେ ଗୁଜବ ଆଉ ମିଛ ଖବରକୁ ହ୍ଵାଟ୍‌ସଆପ୍‌ରେ ପ୍ରସାରିତ ହେବାରୁ ଅଟକାଇବାରେ ସାହାଯ୍ୟ କରନ୍ତୁ। ସର୍ବସାଧାରଣଙ୍କୁ କରାଯାଇଥିବା ଏହି ନିବେଦନରେ ହ୍ଵାଟ୍‌ସଆପ୍‌ ପକ୍ଷରୁ କୁହାଯାଇଛି ଯେ ଯେଉଁ ଖବର ବା ସୂଚନା ଯାହାର କୌଣସି ଉତ୍ସ ନ ଥିବ, ପ୍ରମାଣ  ନ ଥିବା ବା ଯାହା ଉସ୍‌କୁଉଥିବା ଓ କେବଳ ଫରଓ୍ଵାଡେଡ ମେସେଜ୍‌ ଭାବେ ଜଣଙ୍କ ପାଖକୁ ଆସିଥିବ, ସେ ଖବର ହୁଏତ ସତ ହୋଇ ନ ଥାଇ ପରେ। ଏପରିକି ଗ୍ରାହକଙ୍କୁ ଭ୍ରମରେ ପକାଇବା ପାଇଁ ଫଟୋ, ଭିଡ଼ିଓ ଓ ଭଏସ ରେକଡିଂକୁ ମଧ୍ୟ ଟ୍ରାମ୍ପରିଂ କରାଯାଇଥାଇ ପାରେ। ସେଭଳି ଖବର/ଭିଡିଓକୁ ଯାଞ୍ଚ କରିବାକୁ ହ୍ଵାଟସ ଆପ୍‌ ପକ୍ଷରୁ ଅନୁରୋଧ କରାଯାଇଛି। ସେହିପରି କୌଣସି ମେସେଜ୍‌ ଆସିଲେ ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଅନ୍‌ଲାଇନରେ ସର୍ଚ୍ଚ କରିବାକୁ ହ୍ଵାଟ୍‌ସଆପ ଅନୁରୋଧ କରିଛି।

ସେହିପରି ଯଦି କୌଣସି ଖବର ମିଛ ଭଳି ଲାଗେ ,ତେବେଏହାକୁ ସେୟାର କରିବା ଆଗରୁ ଯାଞ୍ଚ କରନ୍ତୁ,  ଯିଏ ବି ଏହାକୁ ସେୟାର କରିବାକୁ କହିଥାନ୍ତୁ ନା କାହିଁକି, ଯଦି ଏହା ମିଛ ଭଳି ଲାଗିଲା ତେବେ ଏହାକୁ ଆଉ ସେୟାର ନ କରିବାକୁ ହ୍ଵାଟସ ଆପ୍‌ ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର