ଆମେରିକାରେ ଧାଇଁଲେ ୫ ଜଣ ଓଡ଼ିଆ ପୁଅ, ବିଶ୍ୱ ଦେଖି ସାବାସୀ ଦେଲା

ଉପସ୍ଥାପନା: ବୋୖଦ୍ଧାୟନ ଆଚାର୍ଯ୍ୟ

ଭୁବନେଶ୍ୱର: ଅକ୍ଟୋବର ୧୩ ତାରିଖ, ଆମେରିକାର ଚିକାଗୋ ସହର | ଅନ୍ତର୍ଜାତୀୟ ମାରାଥନରେ ଭାଗ ନେଇଥିଲେ ୪୪ ହଜାରରୁ ଉର୍ଧ୍ଵ ପ୍ରତିଯୋଗୀ | ୧୫୦ ଦେଶର ଏହି ପ୍ରତିଯୋଗୀଙ୍କ ମଧ୍ୟରେ ଥିଲେ ୫ ଜଣ ଓଡ଼ିଆ | ଚିକାଗୋ ମାରାଥନ ପାଇଁ ୬ ହଜାର କିଲୋମିଟର ଦୂରରୁ ଛୁଟି ଆସିଥିଲେ ଲଣ୍ଡନରେ ରହୁଥିବା ପ୍ରବାସୀ ଓଡ଼ିଆ ରଶ୍ମିକାନ୍ତ ନନ୍ଦ ଓ ଡାକ୍ତର ସନ୍ତୋଷ ପଟ୍ଟନାୟକ |

ସେହିପରି ଚିକାଗୋରେ ରହୁଥିବା ୩ ଜଣ ଓଡ଼ିଆ ପିୟୁଷ ସ୍ୱାଇଁ, ସୁନୀଲ ମିଶ୍ର ଓ ଶୁଭେନ୍ଦୁ ଷଡ଼ଙ୍ଗୀ ମଧ୍ୟ ଏହି ମାରାଥନରେ ଭାଗ ନେଇଥିଲେ | ୫ ଜଣ ପ୍ରତିଯୋଗୀ ୪୨ କିଲୋମିଟରର ଏହି ମାରାଥନକୁ ୪ରୁ ୫ ଘଣ୍ଟାରେ ସମାପ୍ତ କରିଥିଲେ |

୫ ଜଣ ମାରାଥନରଙ୍କ ମଧ୍ୟରୁ ରଶ୍ମିକାନ୍ତ ପୂର୍ବରୁ ୧୯ଟି ମାରାଥନରେ ଭାଗ ନେଇଥିବାବେଳେ ସନ୍ତୋଷ ପଟ୍ଟନାୟକଙ୍କର ଏହା ଅଷ୍ଟମ ମାରାଥନ ଥିଲା | ସେହିପରି ପିୟୁଷ ଓ ସୁନୀଲଙ୍କର ପଞ୍ଚମ ମାରାଥନ ଥିବା ବେଳେ ଶୁଭେନ୍ଦୁଙ୍କର ପ୍ରଥମ ମାରାଥନ ଥିଲା | ଓଡିଶା ପାଇଁ ଏବେ ଏହି ୫ ଜଣ ଓଡ଼ିଆ ପୁଅ ଗର୍ବ ଆଣିଛନ୍ତି | ଯାହାକୁ ନେଇ ଏମାନଙ୍କ ପରିବାରରେ ମଧ୍ୟ ଖୁସିର ଲହରୀ ଖେଳିଯାଇଛି |

ସମ୍ବନ୍ଧିତ ଖବର

Comments are closed.