ବିଗ୍ ବି ଅମିତାଭ ବଚ୍ଚନ ଓ ରାଜେଶ ଖାନ୍ନାଙ୍କ ରେକର୍ଡ ଭାଙ୍ଗିଲେ ଆୟୁଷ୍ମାନ, ବକ୍ସ ଅଫିସରେ ଛାଇଲା ଫିଲ୍ମ ‘ବାଲା’

ମୁମ୍ବାଇ : ରିଲିଜ୍ ହେବା ପରଠାରୁ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିବା ଆରମ୍ଭ କରିଛି ଫିଲ୍ମ ‘ବାଲା’। ଫିଲ୍ମରେ ମୁଖ୍ୟଭୂମିକାରେ ନଜର ଆସିଛନ୍ତି ଅଭିନେତା ଆୟୁଷ୍ମାନ ଖୁରାନା, ଅଭିନେତ୍ରୀ ୟାମୀ ଗୌତମ ଓ ଭୂମି ‌ପେଡ୍‌ନେକର। ତେବେ ଫିଲ୍ମ ରିଲିଜ୍ ହେବା ପରେ ଆୟୁଷ୍ମାନ ଦିଗ୍ଗଜ ଅଭିନେତା ରାଜେଶ ଖାନ୍ନା ଓ ଅମିତାଭ ବଚ୍ଚନଙ୍କ ରେକର୍ଡ ଭାଙ୍ଗିଥିବା ଜଣାପଡ଼ିଛି। ଯାହାକୁ ନେଇ ଆୟୁଷ୍ମାନଙ୍କ ଚର୍ଚ୍ଚା ଏବେ ଚାରିଆଡ଼େ ହେବାରେ ଲାଗିଛି।

amarujala.com

ସୂଚନା ମୁତାବକ, ହିନ୍ଦୀ ସିନେମାରେ ରାଜେଶ ଖାନ୍ନାଙ୍କ ପରେ ଆୟୁଷ୍ମାନ ସୋଲୋ ହିରୋ ଭାବରେ ଲଗାତାର ୭ଟି ହିଟ୍ ଫିଲ୍ମ ‌ଦେଇଛନ୍ତି। ଏହା ସହ ଆୟୁଷ୍ମାନ ବିଗ୍ ବିଙ୍କ ଲଗାତାର ୬ଟି ହିଟ୍ ଫିଲ୍ମ ଦେବାର ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି। ତେବେ ୬ଟି ଫିଲ୍ମ ମଧ୍ୟରୁ ୫ଟି ଫିଲ୍ମରେ ଅମିତାଭ ବଚ୍ଚନ ଅନ୍ୟ ବଡ଼ କଳାକାରଙ୍କ ସହ କାମ କରିଥିଲେ। ତେବେ ଦୁଇ ଦିଗ୍ଗଜ କଳାକାରଙ୍କ ରେକର୍ଡ ଭାଙ୍ଗିବା ସହ ନିଜର ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି ଆୟୁଷ୍ମାନ। ତାଙ୍କ ଫିଲ୍ମ ‘ବାଲା’ ପ୍ରଥମ ଦିନ ହିଁ ୧୦କୋଟି ୧୫ଲକ୍ଷ ଟଙ୍କା ଆୟ କରିଛି, ଯାହା ତାଙ୍କ ପୂର୍ବ ଫିଲ୍ମଠାରୁ ଅଧିକ ରହିଛି। ଲାଗାତାର ହିଟ୍ ଫିଲ୍ମ ଦେଉଥିବାରୁ ଆୟୁଷ୍ମାନଙ୍କୁ ପାରସ ପଥର ବୋଲି ନୂଆ ନାଁ ଦିଆଯାଇଛି। କାରଣ ସେ ଯେଉଁ ବି ଫିଲ୍ମ କରୁଛନ୍ତି ତାହା ହିଟ୍ ହେଉଛି।

ସମ୍ବନ୍ଧିତ ଖବର