ସାଙ୍ଘାଇ: ଏଠାରେ ଆୟୋଜିତ ଚାଇନା ଓପନ୍ରେ ଭାରତୀୟ ଖେଳାଳିଙ୍କୁ ମିଶ୍ର ସଫଳତା ମିଳିଛି। ବୁଧବାର ଜାତୀୟ ବିଜୟିନୀ ସାଇନା ନେହଓ୍ଵାଲ୍, ପିଭି ସିନ୍ଧୁ ଏବଂ ଏଚ୍ ଏସ୍ ପ୍ରଣୟ ପ୍ରଥମ ପର୍ଯ୍ୟାୟ ବାଧା ପାରି କରିଛନ୍ତି। ମହିଳା ଏକକରେ ସାଇନା ୨୧-୧୨, ୨୧-୧୩ରେ ଆମେରିକାର ବିେଓ୍ଵନ୍ ଝାଙ୍ଗ୍ଙ୍କୁ ଓ ସିନ୍ଧୁ ୨୪-୨୨, ୨୩-୨୧ରେ ଜାପାନ୍ର ସାୟାକା ସାଟୋଙ୍କୁ ହରାଇଥିଲେ। ସେହଭଳି ପୁରୁଷ ଏକକରେ ପ୍ରଣୟ ୧୮-୨୧, ୨୧-୧୬, ୨୧-୧୯ରେ କୋରିଆର ଲି ଡୋଙ୍ଗ୍ କିଉନ୍ଙ୍କୁ ପରାସ୍ତ କରିଥିଲେ। ଅନ୍ୟପଟେ ପୁରୁଷ ଏକକରେ ସୌରଭ ବର୍ମା, ପୁରୁଷ ଯୁଗଳରେ ସାତ୍ୱିକ ସାଇରାଜ ରାଙ୍କାରେଡ୍ଡୀ- ଚିରାଗ ସେଠୀ, ମହିଳା ଯୁଗଳରେ ଅଶ୍ୱନୀ ପୋନ୍ନାପ୍ପା -ଏନ୍ ସିକ୍କି ରେଡ୍ଡୀ ଏବଂ ମିଶ୍ରିତ ଯୁଗଳରେ ଅଶ୍ୱିନ-ସାତ୍ୱିକ ପରାଜୟ ସହ ବିଦାୟ ନେଇଛନ୍ତି। ସୌରଭ ୧୪-୨୧, ୧୫-୨୧, ୧୧-୨୧ରେ ଫ୍ରାନ୍ସର ବ୍ରିସ୍ ଲିଭରଦେଜ୍ଙ୍କଠୁ, ସାତ୍ୱିକ-ଚିରାଗ ୧୩-୨୧, ୧୩-୨୧ରେ ଚୀନ୍ ଯୋଡ଼ି ଚେଙ୍ଗ୍ ଲିଉ-ନାନ୍ ଝାଙ୍ଗ୍ଙ୍କଠୁ, ଅଶ୍ୱନୀ-ସିକ୍କି ୧୪-୨୧, ୧୫-୨୧ରେ କୋରିଆର ହା ନା ବେକ୍-ଚାଏ ୟୁ ଜୁଙ୍ଗ୍ଙ୍କଠୁ ଏବଂ ଅଶ୍ୱିନ-ସାତ୍ୱିକ ୧୯-୨୧, ୨୧-୧୭, ୧୩-୨୧ରେ ଡେନ୍ମାର୍କର ମାଥିଆନ୍ କ୍ରିଷ୍ଟିଆନ୍ସେନ୍- କ୍ରିଷ୍ଟିନା ପେଡେରସନ୍ଙ୍କଠୁ ହାରି ଯାଇଥିଲେ।