ବେକରେ ଯନ୍ତ୍ରଣା ଅନୁଭୂତ ହେଲେ , କ’ଣ କରିବେ ?

ବେକରେ ଯନ୍ତ୍ରଣା ଅନୁଭୂତ ହେଲେ ଆମେ ସାଧାରଣତଃ ତାକୁ ବିଶେଷ ଗୁରୁତ୍ୱ ଦେଇ ନ ଥାଉ, କିନ୍ତୁ ବେଳେ ବେଳେ ଏହା ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିଥାଏ । ଏହାକୁ ସର୍ଭାଇକଲ୍‌ ପେନ୍‌ ବୋଲି କୁହାଯାଏ । ଏହା ଦ୍ୱାରା ସାଧାରଣତଃ ବେକ, ଉଭୟ ପଟର କାନ୍ଧ, କଲର ବୋନ୍‌ ଓ ବେକର ତଳ ଅଂଶରେ ଯନ୍ତ୍ରଣା ଅନୁଭୂତ ହୋଇଥାଏ ।
କେମିତି ଜାଣିବେ: ଯଦି ଆପଣଙ୍କର ବେକ ବୁଲାଇବା ବେଳେ କଷ୍ଟ ହେଉଥିବ, ମୁଣ୍ଡ ବୁଲାଉଥିବ, କାନ୍ଧରେ କଷ୍ଟ ହେବ, ଜ୍ୱର ଆସିବା, କ୍ଲାନ୍ତ ଲାଗିବା ଓ ଭୋକ ନ ହେବା ଭଳି ଲକ୍ଷଣ ଦେଖା ଗଲେ ଜାଣନ୍ତୁ ବେକରେ ସର୍ଭାଇକଲ ପେନ୍‌ ହେଉଛି ।

photo-wpengine.netdna-ssl.com_

ରକ୍ଷା ପାଇବା ପାଇଁ କ’ଣ କରିବେ: ପ୍ରଥମତଃ ସିଧା ହୋଇ ବସନ୍ତୁ । ଗାଡ଼ି ଚଳାଇବା ବେଳେ ପିଠିକୁ ସିଧାସଳଖ କରି ବସନ୍ତୁ । ଗଦିରେ ନଶୋଇ ଖାଲି ଖଟରେ ଶୁଅନ୍ତୁ । ନରମ ଓ ଅଳ୍ପ ତକିଆରେ ମୁଣ୍ଡ ରଖି ଶୁଅନ୍ତୁ । ଭିଟାମିନ୍‌ ଡି ଓ କାଲସିଅମରେ ପରିପୂର୍ଣ୍ଣ ଭୋଜନ ଗ୍ରହଣ କରନ୍ତୁ ।
କ’ଣ କରିବେ ନାହିଁ: ଧୂମପାନରୁ ଦୂରେଇ ରହନ୍ତୁ । ଚାହା ଓ କଫି ସେବନ ନ କରିବା ଭଲ, କାରଣ ଏହା ଦ୍ୱାରା ସର୍ଭାଇକାଲ୍‌ ପେନ୍‌ ବଢିପାରେ । ବେକ ନୁଆଁଇ ବସନ୍ତୁ ନାହିଁ । ଶୋଇକରି ଟିଭି ଦେଖନ୍ତୁ ନାହିଁ । କ୍ରମାଗତ ଭାବେ କଂପ୍ୟୁଟରରେ କାମ କରନ୍ତୁ ନାହିଁ ।

photo–healthsites.com

କ’ଣ କରିବେ: ହଳଦୀକୁ ପ୍ରାକୃତିକ ପେନ୍‌ କିଲର୍‌ ବୋଲି କୁହାଯାଇଥାଏ । ଏକ ଗ୍ଲାସ୍‌ ଗରମ ଦୁଧରେ ଏକ ଚାମଚ ହଳଦୀ ମିଶାଇ ପିଇଲେ ଏଥିରୁ ଆଶ୍ୱସ୍ତି ମିଳିଥାଏ । ସେଥିରେ ଏକ ଚାମଚ ମହୁ ମଧ୍ୟ ମିଶାଇ ପାରନ୍ତି । ପ୍ରତି ଦିନ ଦୁଇ ଥର ପିଇଲେ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ । ଯେଉଁ ଜାଗାରେ କଷ୍ଟ ଅନୁଭବ ହେଉଛି, ସେଠାରେ ରାଶି ତେଲ ମାଲିସ କରିଲେ, ଯନ୍ତ୍ରଣା କମ୍‌ ହୋଇଥାଏ । ଏହା ଛଡା ଦୁଇଟି ରସୁଣ ପାଖୁଡାକୁ ଉଷୁମ ପାଣି ସହ ସେବନ କରିଲେ ବି ଯନ୍ତ୍ରଣା କମ୍‌ ଅନୁଭୂତ ହୁଏ । ଠିକ୍‌ ସେହିପରି ଗରମ ତେଲରେ ରସୁଣ ପକାଇ ତାକୁ ମାଲିସ କରିଲେ ମଧ୍ୟ ଏହା ଲାଭଦାୟକ ହୋଇଥାଏ । ଗରମ ଜଳରେ ଲୁଣ ମିଶାଇ ସେଥିରେ ତଉଲିଆକୁ ଓଦା କରି ବାମ୍ଫ ଦେଲେ ମଧ୍ୟ ଆଶ୍ୱସ୍ତି ମିଳିଥାଏ ।

ସମ୍ବନ୍ଧିତ ଖବର