ଚଳିତ ବର୍ଷ ଏହି ନୂଆ ନିର୍ଦ୍ଦେଶକଙ୍କର ଆବିର୍ଭାବ ଘଟିଛି ଓଲିଉଡରେ

ଚଳିତ ବର୍ଷ ଏହି ନୂଆ ନିର୍ଦ୍ଦେଶକଙ୍କର ଆବିର୍ଭାବ ଘଟିଛି ଓଲିଉଡରେ
• ଭୁବନେଶ୍ୱର: ବିଗତ ବର୍ଷମାନଙ୍କ ଭଳି ଚଳିତ ବର୍ଷ ବି କେତେକ ନୂଆ ନିର୍ଦ୍ଦେଶକଙ୍କର ଆବିର୍ଭାବ ଘଟିଛି ଓଲିଉଡରେ। ଆସନ୍ତୁ ନଜର ପକାଇବା କେଉଁ ଏ ବର୍ଷ କେଉଁ ନବାଗତ ନିର୍ଦ୍ଦେଶକମାନେ ଓଲିଉଡରେ ଏଣ୍ଟ୍ରି ନେଇଛନ୍ତି। ଚଳିତ ବର୍ଷ ଜାନୁଆରି ମାସରେ ‘ତୁମକୁ ଦେଖିଲା ପରେ’ ଟାଇଟଲରେ ଏକ ସିନେମାର ନିର୍ଦ୍ଦେଶନା ଦେଇ ଚନ୍ଦନ ମହାପାତ୍ର ଓଲିଉଡରେ ନୂଆ କ୍ୟାରିଅର୍‌ ଆରମ୍ଭ କରିଛନ୍ତି ।ଏହି ସିନେମାର ପ୍ରଯୋଜନା କରିଥିବା ଶୁଭମ ପାଢ଼ୀ ନୂଆ କରି ସିନେମା ପ୍ରଯୋଜନା କ୍ଷେତ୍ରରେ ପ୍ରବେଶ କରିଛନ୍ତି। ଏହି ଓଡ଼ିଆ ଛବିରେ ସିଦ୍ଧାନ୍ତ,ନୈନା ଦାଶ,ସମ୍ବିତ ଏବଂ ଝିଲିକ୍‌ ପ୍ରମୁଖ ଲିଡ ରୋଲରେ ଥିଲେ।
ଠିକ୍‌ ସେହିପରି ସରୋଜ ମହାପାତ୍ର ‘ଆଖି ଖୋଲିଲେ ତୁ ହି ତୁ’ ଟାଇଟଲରେ ନିର୍ମିତ ଏକ ଓଡ଼ିଆ ଛବିର ନିର୍ଦ୍ଦେଶନା ଦେଇ ଓଲିଉଡରେ ଡେବ୍ୟୁ କରିଛନ୍ତି। ଏହି ସିନେମାରେ ଦୀପକ,ସୂରମୟୀ ଏବଂ ନମ୍ରତା ପ୍ରମୁଖ ଲିଡରୋଲରେ ଥିଲେ। ଅପରପକ୍ଷରେ ଜି.ଏନ୍‌ ଏସ ପ୍ରସାଦ ନାମକ ଜଣେ ଦକ୍ଷିଣ ଭାରତୀୟ ନିର୍ଦ୍ଦେଶକ ପ୍ରଥମ ଥର ଲାଗି ‘ସୀତାରାମଙ୍କ ବାହାଘର କଳିଯୁଗରେ’ ଟାଇଟଲରେ ଏକ ଓଡ଼ିଆ ସିନେମାର ନିର୍ଦ୍ଦେଶନା ଦେବାର ସୁଯୋଗ ପାଇଛନ୍ତି ଏ ବର୍ଷ। ଏଥିରେ ସବ୍ୟସାଚୀ ଏବଂ ମନୀଷା ଲିଡ ରୋଲରେ ଥିଲେ। ଠିକ୍‌ ସେହିପରି ବିଶ୍ୱଜିତ ପଣ୍ଡା ନାମକ ଜଣେ ନବାଗତ ‘ଟପୋରି’ ଶୀର୍ଷକ ଏକ ଓଡ଼ିଆ ଛବିର ନିର୍ଦ୍ଦେଶନା ଦେଇ ଓଲିଉଡରେ ଡେବ୍ୟୁ କରିଛନ୍ତି ଏ ବର୍ଷ। ଏହି ସିନେମାରେ ଅର୍ଦ୍ଧେନ୍ଦୁ,ଅନେ୍ଵଷା ଲିଡ ରୋଲରେ ଥିଲେ। ଏ ବର୍ଷର ଅନ୍ୟତମ ନବାଗତ ନିର୍ଦ୍ଦେଶକ ହେଲେ ଅମୂଲ୍ୟ ଜେନା, ଯିଏ କି ‘ଭକ୍ତ ଓ ଭଗବାନ’ ଶୀର୍ଷକ ଏକ ଓଡ଼ିଆ ଛବିର ନିର୍ଦ୍ଦେଶନା ଦେଇ ଓଲିଉଡରେ ଡେବ୍ୟୁ କରିଛନ୍ତି ଏ ବର୍ଷ। ଠିକ୍‌ ସେହିପରି ଅଲରାଉଣ୍ଡର୍‌ ଶ୍ରୀକାନ୍ତ ଗୌତମ୍‌ ବି ଏ ବର୍ଷ ନିର୍ଦ୍ଦେଶକଭାବେ ଡେବ୍ୟୁ କରିଥିଲେ ‘ମିଠାମିଠା’ ଜରିଆରେ।

ସମ୍ବନ୍ଧିତ ଖବର