ସାବିତ୍ରୀଙ୍କ ଦୃଢ଼ୋକ୍ତି ଆଗରେ ମୁଣ୍ଡ ନୁଆଁଇଲେ କାହିଁକି ମହାରାଜ ଅଶ୍ୱପତି

0 507

ପିତା ମହାରାଜ ଅଶ୍ୱପତିଙ୍କ ଆଜ୍ଞା ପାଇବାପରେ ସାବିତ୍ରୀ ଯୋଗ୍ୟପତି ସନ୍ଧାନ କରିବା ଉଦ୍ଦେଶ୍ୟରେ ସ୍ୱର୍ଣ୍ଣ ରଥରେ ବସି ଯାତ୍ରା ଆରମ୍ଭ କରିଲେ। ସେ କିଛି ଦିନ ବ୍ରହ୍ମର୍ଷି ଓ ରାଜର୍ଷି ମାନଙ୍କ ତପୋବନରେ ତୀର୍ଥାଟନ କରି ରାଜମହଲକୁ ପ୍ରତ୍ୟାବର୍ତ୍ତନ କରିଲେ। ସେ ପିତାଙ୍କ ସହିତ ଦେବର୍ଷି ନାରଦଙ୍କୁ ବସିଥିବା ଦେଖିଲେ। ସେ ଉଭୟଙ୍କ ଚରଣସ୍ପର୍ଶ କରି ପ୍ରଣାମ କରିଲେ।
ମହାରାଜା ଅଶ୍ୱପତି ସାବିତ୍ରୀଙ୍କୁ ତାଙ୍କ ଯାତ୍ରା ସଂପର୍କରେ ପଚାରିଲେ। ସାବିତ୍ରୀ କହିଲେ ‘ହେ ପିତୃଦେବ! ତପୋବନରେ ନିଜ ପିତାମାନଙ୍କ ସହିତ ନିବାସ କରୁଥିବା ସତ୍ୟବାନ ମୋର ଯୋଗ୍ୟ ପତି ହୋଇ ପାରିବେ। ଏଣୁ ତାଙ୍କୁ ପତିରୂପେ ବରଣ କରିବାକୁ ଚାହେଁ’। ଏକଥା ଶୁଣି ନାରଦ ତତ୍‌କ୍ଷଣାତ୍‌ ନିଜ ସ୍ଥାନରୁ ଚମକି ପଡ଼ି ଉଠି ଉଦ୍‌ବେଗର ଭରା ସ୍ୱରାରେ କହିଲେ,‘‘ମହାରାଜ! ସାବିତ୍ରୀ ଏକ ବଡ଼ ଭୁଲ୍‌ କରିବାକୁ ଯାଉଛି। ସତ୍ୟବାନଙ୍କ ପିତାଙ୍କୁ ଶତ୍ରୁମାନେ ରାଜ୍ୟଚ୍ୟୁତ କରିଛନ୍ତି ଏବଂ ସେ ସପରିବାର ଏବେ ବନରେ ତପସ୍ୱୀ ଜୀବନ ବିତାଉଛନ୍ତି। ଖାଲି ସେତିକି ନୁହେଁ ସେ ଦୃଷ୍ଟିଶକ୍ତି ମଧ୍ୟ ହରାଇଛନ୍ତି। ସବୁଠୁଁ ବଡ଼ କଥା ହେଲା ଯେ,ସତ୍ୟବାନର ଆୟୁଷ ଆଉ ମାତ୍ର ଏକ ବର୍ଷ ରହିଛି।
ଦେବର୍ଷି ନାରଦଙ୍କ କଥା ଶୁଣିବାପରେ ରାଜା ଅଶ୍ୱପତି ବିଚଳିତ ହୋଇ ଉଠିଲେ। ସେ ସାବିତ୍ରୀଙ୍କୁ ଏହି ନିଷ୍ପତ୍ତିର ପୁନର୍ବିଚାର କରି ପୁଣିଥରେ ଯାତ୍ରାରେ ଯାଇ ଅନ୍ୟ କୌଣସି ଯୋଗ୍ୟ ବର ମନୋୟନ କରିବାକୁ ଅନୁରୋଧ କରିଲେ। ସାବିତ୍ରୀ ସତୀ ଥିଲେ। ସେ ଅତ୍ୟନ୍ତ ଦୃଢ଼ତା ପୂର୍ବକ କହିଲେ। ସାବିତ୍ରୀ ସତୀ ଥିଲେ। ସେ ଅତ୍ୟନ୍ତ ଦୃଢ଼ତାପୂର୍ବକ କହିଲେ,‘ହେ ପିତୃଦେବ!ସତ୍ୟବାନ ଅଳ୍ପାୟୁ ହୁଅନ୍ତୁ କି ଦୀର୍ଘାୟୁ,ସେ ହିଁ ତାଙ୍କର ପତି!ଯେତେବେଳେ ମୁଁ ଜଣକୁ ନିଜର ପତିରୂପେ ବରଣ କରିସାରିଛି,ସେତେବେଳେ ଅନ୍ୟ କୌଣସି ପୁରୁଷ ସଂପର୍କରେ କେମିତି ବା ଚିନ୍ତା କରିପାରିବି?।’’


ସାବିତ୍ରୀଙ୍କ ଦୃଢ଼ୋକ୍ତି ଆଗରେ ମୁଣ୍ଡ ନୁଆଁଇଲେ ମହାରାଜ ଅଶ୍ୱପତି।ସେ ସତ୍ୟବାନଙ୍କ ସହିତ ସାବିତ୍ରୀଙ୍କର ବିବାହ କରାଇଲେ। ଧୀରେ ଧୀରେ ସମୟ ବିତିଗଲା। ସେହି ସମୟ ଆସିଲା,ଯେତେବେଳେ ସତ୍ୟବାନଙ୍କ ମୃତ୍ୟୁ ନିଶ୍ଚିତ ଥିଲା। ମୃତ୍ୟୁର ଚାରି ଦିନ ପୂର୍ବରୁ ସାବିତ୍ରୀ ନିରାହାର ବ୍ରତ ରଖିବା ଆରମ୍ଭ କରିଲେ। ଶାଶୁ-ଶ୍ୱଶୂରଙ୍କ ଆଜ୍ଞା ନେଇ ସେ ମଧ୍ୟ ପତିଙ୍କ ସହିତ ଜଙ୍ଗଲରୁ ଫୁଲ,ଫଳ ଓ କାଠ ଆଣିବା ପାଇଁ ଗଲେ,ଜଙ୍ଗଲରେ ଗଛ କାଟୁଥିବା ବେଳେ ଆକସ୍ମିକଭାବେ ଶାଶୁ ଶ୍ୱଶୂରଙ୍କ ଦୃଷ୍ଟିଶକ୍ତି ଫେରି ଆସିଲା । ସାବିତ୍ରୀଙ୍କ ଶ୍ୱଶୂର ରାଜ୍ୟ ମଧ୍ୟ ଫେରିପାଇଲେ। ସତୀତ୍ୱ ବଳରେ ସାବିତ୍ରୀ ସତ୍ୟବାନଙ୍କୁ ମୃତ୍ୟୁ ମୁଖରୁ ଫେରାଇ ଆଣିଲେ ସାବିତ୍ରୀ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.