ଚନ୍ଦ୍ରଶେଖରପୁର,: ନିଉ ଭୁବନେଶ୍ବର ପ୍ରେସ୍ କ୍ଲବ୍ ପକ୍ଷରୁ ପଟିଆସ୍ଥିତ ଡଲଫିନ୍ ମଣ୍ଡପରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସ୍ଥାନୀୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଯୁବକ, ଯୁବତୀ, ମହିଳା ଓ ବରିଷ୍ଠ ନାଗରିକମାନେ ଯୋଗଦେଇ ଆଖି ପରୀକ୍ଷା କରିଥିଲେ। ଶିବିରକୁ ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ ଓ ଡେପୁଟି ମେୟର ମଞ୍ଜୁଲତା କହଁର, ବିଜେଡି ମହିଳା ନେତ୍ରୀ ଜ୍ୟୋତ୍ସ୍ନାମୟୀ ପରିଡ଼ା ଅତିଥିଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ କର୍ପୋରେଟର ମିହିର ରାଉତ, ପ୍ରୀତିନନ୍ଦା ରାଉତ, ଅଜିତ ବେହେରା, ବାସନ୍ତୀ ସିଂ, ମନୋଜ ସାହୁ ଉପସ୍ଥିତ ଥିଲେ। ଅନୁଷ୍ଠାନର ସଭାପତି ସ୍ମରଜିତ ଆର୍ଯ୍ୟଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଆବାହକ ସୁକାନ୍ତ ରାଉତ ପରିଚାଳନା କରିଥିଲେ। ଅନୁଷ୍ଠାନର ସମ୍ପାଦକ ବିଦ୍ୟାଧର ବାରିକ ଅତିଥିମାନଙ୍କୁ ସମ୍ମାନିତ କରିବା ସହ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଆଖି ପରୀକ୍ଷା କରିବା ପାଇଁ ପରାମର୍ଶ ଦେଇଥିଲେ। କେୟାର ନେତ୍ରମ ସହଯୋଗରେ ଅନୁଷ୍ଠିତ ଶିବିରରେ ଆଖି ପରୀକ୍ଷା ସହିତ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ପରାମର୍ଶ ଓ ସୁଲଭ ମୂଲ୍ୟରେ ଚଷମା ପ୍ରଦାନ କରାଯାଇଥିଲା।