ଆଦିଗୁରୁ ପଙ୍କଜ ଚରଣ ଦାସ ସମ୍ମାନ ପ୍ରଦାନ ଉତ୍ସବ
ଦଶାବତାର ନୃତ୍ୟରେ ଦର୍ଶକ ବିଭୋର୍
ଭୁବନେଶ୍ବର: ଜୟଦେବଙ୍କ ଦଶାବତାର ନୃତ୍ୟରେ ଦୁଲୁକୁଥିଲା ମଞ୍ଚ। ଗୁରୁ ପଙ୍କଜ ଉଡ୍ର ସଂସ୍କୃତି ଏକାଡେମି ପକ୍ଷରୁ ଭଞ୍ଜକଳା ମଣ୍ଡପରେ ପରିବେଷିତ ହେଇଥିଲା ଏହି ନୃତ୍ୟ। ଅବସର ଥିଲା ଆଦିଗୁରୁ ପଙ୍କଜ ଚରଣ ଦାସ ସମ୍ମାନ ପ୍ରଦାନ ଉତ୍ସବ। ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଦୁଇ ଦିନ ଧରି ଚାଲିବ। ଆଜିର ସନ୍ଧ୍ୟାରେ ଦୀପ୍ତି ପଟ୍ଟନାୟକ ଶଙ୍କରା ଭରଣ ପଲ୍ଲବୀରେ ନୃତ୍ୟ ପରିବେଷଣ କରିଥିଲେ। ପରେ ମେହେର ଚାହାଲ ଓ ଅର୍ଚ୍ଚନା ‘ବସନ୍ତ ପଲ୍ଲବୀ’ରେ ନାଚିଥିଲେ। ତୃପ୍ତିମୟୀ ଧଳସାମନ୍ତ ନବଦୁର୍ଗାଙ୍କ ଅଭିନୟ କରିଥିଲେ। ଶେଷରେ ରୋଜ ଲାକ୍ରା ଏବଂ ପ୍ରଦ୍ୟୁମ୍ନ ମହାନ୍ତି ଡୁଏଟ୍ରେ ‘ରାଧାରାଣୀ ସଙ୍ଗେ ନାଚେ ମୁରଲୀ ପାଣି’ ଗୀତରେ ଅଭିନୟ କରିଥିଲେ। ଆଜିର ଏହି ସାଂସ୍କୃତିକ ସନ୍ଧ୍ୟାରେ ଗୁରୁ କେଶବ ଚନ୍ଦ୍ର ରାଉତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଆଦିଗୁରୁ ପଙ୍କଜ ଚରଣ ଦାସ ସମ୍ମାନରେ ଦୀପ୍ସି ପଟ୍ଟନାୟକ ଓ ସୂର୍ଯ୍ୟାଂଶୀ ମିଶ୍ର ପ୍ରମୁଖ ସମ୍ମାନିତ ହୋଇଥିଲେ। ଅନୁଷ୍ଠାନର ସଭାପତି ବସନ୍ତ କୁମାର ଦାସ ସଭା ସଂଯୋଜନା କରିଥିବା ବେଳେ ସଂପାଦିକା ପଲ୍ଲବୀ ଦାସ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଜ୍ଞାନାନନ୍ଦ ସାଗର।