ଓ୍ଵାସିଂଟନ୍: ଆସନ୍ତା ସପ୍ତାହରେ ଚାରିଟି ଦେଶ ଗସ୍ତରେ ଆସୁଥିବା ଯୁକ୍ତରାଷ୍ଟ୍ର ଆମେରିକାର ଉପରାଷ୍ଟ୍ରପତି ମାଇକ୍ ପେନ୍ସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ। ଏହି ସମୟ ମଧ୍ୟରେ ସେ ସିଙ୍ଗାପୁର ଠାରେ ୟୁଏସ୍-ଆସିଆନ୍ ଶିଖର ଏବଂ ଇଷ୍ଟ୍ ଏସିଆ ଶିଖର ବୈଠକରେ ଯୋଗ ଦେବେ ବୋଲି ହ୍ଵାଇଟ୍ ହାଉସ୍ କହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସାଧାରଣତଃ ଶିଖର ବୈଠକରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଯୋଗ ଦିଅନ୍ତି। କିନ୍ତୁ, ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ଙ୍କ ଅନୁରୋଧ କ୍ରମେ ଏଥର ପେନ୍ସ୍ ତାଙ୍କ ଦେଶକୁ ପ୍ରତିନିଧିତ୍ୱ କରିବେ।
ନଭେମ୍ବର ୧୧ ଏବଂ ୧୮ ତାରିଖ ମଧ୍ୟରେ ୟୁଏସ୍-ଆସିଆନ୍ ଶିଖର, ସିଙ୍ଗାପୁରରେ ଇଷ୍ଟ୍ ଏସିଆ ସମିଟ୍ ଏବଂ ପାପୁଅ ନିୟୁରେ ଏସିଆ ପେସିଫିକ୍ ଇକୋନୋମିକ୍ କୋପରେସନ୍ରେ ଯୋଗ ଦେବାକୁ ପେନ୍ସ୍ ଜାପାନ, ସିଙ୍ଗାପୁର, ଅଷ୍ଟ୍ରେଲିଆ ଏବଂ ପାପୁଆ ନିୟୁ ଗିନି ଗସ୍ତ କରିବେ।
ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ, ସିଙ୍ଗାପୁରର ପ୍ରିମିୟର୍ ଲି ସିଏନ୍ ଲୁଙ୍ଗ୍, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପାପୁଆ ନୁୟୁ ଗିନିର ପ୍ରଧାନମନ୍ତ୍ରୀ ପିଟର୍ ଓ’ନିଲ୍ ଏବଂ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ଙ୍କ ମଧ୍ୟ ସେ ଅନ୍ୟନ୍ୟା ଦ୍ୱିପାକ୍ଷିକ ଆଲୋଚନା କରିବେ ବୋଲି ହ୍ଵାଇଟ୍ ହାଉସ୍ କହିଛି।
ସିଙ୍ଗାପୁର ଠାରେ ୟୁଏସ୍-ଆସିଆନ୍ ଶିଖର ଏବଂ ଇଷ୍ଟ୍ ଏସିଆ ଶିଖର ଓ ପାପୁଆ ନିୟୁ ଗିନି ଠାରେ ଏପିଇସି ବୈଠକରେ ଉପରାଷ୍ଟ୍ରପତି ପେନ୍ସ୍ଙ୍କ ସହ ଯୋଗ ଦେବେ ନେସ୍ନାଲ୍ ସିକ୍ୟୁରିଟି ଆଡ୍ଭାଇଜର୍ ଜନ୍ ବୋଲ୍ଟନ୍।