ଅନୁଗୁଳ: ରାସ୍ତା ଜବରଦଖଲ କରି ଜିନିଷପତ୍ର ରଖିଥିବା ଜଣେ ବ୍ୟବସାୟୀ ଆଜି ଅନୁଗୁଳ ପୌର ପରିଷଦର ନିର୍ବାହୀ ଅଧିକାରୀଙ୍କୁ ଆକ୍ରମଣ କରିବା ଘଟଣା କରିଛନ୍ତି। ଘଟଣା ସଂକ୍ରାନ୍ତରେ ନିର୍ବାହୀ ଅଧିକାରୀ ଶୁଭେନ୍ଦୁ କୁମାର ଜେନା ବ୍ରାହ୍ମଣୀଦେଈ ପଡ଼ାରେ ଥିବା ଶ୍ରୀଜଗନ୍ନାଥ ଏଣ୍ଟରପ୍ରାଇଜେସ୍ର ମାଲିକ ଅଲେଖ ସାହୁଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି।
ଅନୁଗୁଳ ସହରର ବିଭିନ୍ନ ଅଂଚଳରେ ରାସ୍ତା ଜବରଦଖଲ କରି ଦୋକାନୀମାନେ ଜିନିଷପତ୍ର ରଖୁଛନ୍ତି। ଫଳରେ ଯାତାୟତ ବେଳେ ସମସ୍ୟା ଉପୁଜୁଛି। ଲୋକେ ଯା’ଆସ ବେଳେ ହଇରାଣ ହେଉଥିବା ନେଇ ବାରଂବାର ଅଭିଯୋଗ ହେଉଛି। ଏଭଳି ଅଭିଯୋଗ ମିଳିବା ପରେ ସୋମବାର ଅପରାହଣ୍ ୪ଟା ୪୫ରେ ଅନୁଗୁଳ ପୌର ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ଜେନା ପୌର ଯନ୍ତ୍ରୀ ସୀମାଂଚଳ ମିଶ୍ର, ଟ୍ୟାକ୍ସ ଦାରୋଗା ଚିତ୍ତରଂଜନ ପ୍ରଧାନ, ଅଟଳ ବିହାରୀ ଦେବତା, ପ୍ରଶାନ୍ତ କୁମାର ଷଡ଼ଂଗୀ ପ୍ରମୁଖଙ୍କ କର୍ମଚାରୀମାନଙ୍କ ସହିତ ବ୍ରାହ୍ମଣୀଦେଈ ପଡ଼ାରେ ଥିବା ଶ୍ରୀଜଗନ୍ନାଥ ଏଣ୍ଟରପ୍ରାଇଜେସ୍ରେ ପହଂଚି ଥିଲେ। ଦୋକାନର ବହୁ ଜିନିଷପତ୍ର ରାସ୍ତା ଉପରେ ଥିବାରୁ ଦୋକାନ ମାଲିକ ଅଲେଖ ସାହୁଙ୍କଠାରୁ ଜରିମାନା ଆଦାୟ ପାଇଁ ନିର୍ବାହୀ ଅଧିକାରୀ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଥିଲେ। ପ୍ରଶାନ୍ତ କୁମାର ଷଡ଼ଂଗୀ ରସିଦ ବହିରେ ଲେଖୁଥିବା ସମୟରେ ଦୋକାନ ମାଲିକ ଅଲେଖ ସାହୁ ଅଚାନକ ଉତ୍କ୍ଷିପ୍ତ ହୋଇପଡ଼ିଥିଲେ। ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ନିର୍ବାହୀ ଅଧିକାରୀ ଶ୍ରୀ ଜେନାଙ୍କୁ ଆକ୍ରମଣ କରିଥିଲେ। ଘଟଣା ସଂକ୍ରାନ୍ତରେ ଶ୍ରୀ ଜେନା ଅଭିଯୋଗ କରିବା ପରେ ଏକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ରମେଶ ବିଶୋଇ କହିଛନ୍ତି।
ପୂର୍ବବର୍ତ୍ତୀ ଖବର
ପ୍ରେମିକ ଆଗରେ ପ୍ରେମିକାକୁ ଗଣଦୁଷ୍କର୍ମ ମାମଲା:ଦୁଇ ଦୁଷ୍କର୍ମକାରୀ ଜେଲ୍ ଗଲେ
ପରବର୍ତ୍ତୀ ଖବର
ସମ୍ବନ୍ଧିତ ଖବର