ଟ୍ରେନରେ ଯିବାବେଳେ ହେଉ କିମ୍ବା ଅବସର ସମୟରେ ଚିନାବାଦାମ ଖାଇବାର ମଜା କିଛି ନିଆରା। ଏହା ଯେମିତି ସ୍ବାଦିଷ୍ଟ ସେମିତି ସ୍ବାସ୍ଥ୍ୟ ପାଇଁ ବେଶ ଲାଭଦାୟକ | ତେବେ ଆପଣ ଜାଣିଛନ୍ତି କି ଏହି ଚିନାବାଦାମ ନିୟମିତ ଖାଇବା ଦ୍ବାରା ଆମ ଶରୀରର ବହୁ ସମସ୍ୟା ଦୂର ହୋଇଯାଇଥାଏ | ଏହାକୁ ନିୟମିତ ସେବନ କରିବା ଦ୍ବାରା ଫୁସ୍ଫୁସ୍ ସୁସ୍ଥ ରହେ। ହଜମ ଶକ୍ତି ବୃଦ୍ଧି କରିବା ହେତୁ ଭୋକ ନ ହେବା ସମସ୍ୟା ମଧ୍ୟ ଦୂର ହୋଇଯାଏ। ଚିନାବାଦାମ ଖାଇବାର ଅଧଘଣ୍ଟା ପର୍ଯ୍ୟନ୍ତ ପାଣି ପିଇବା ଉଚିତ ନୁହେଁ।
Sambad is now on WhatsApp
Join and get latest news updates delivered to you via WhatsApp
ଫୁସ୍ଫୁସ୍ କ୍ୟାନ୍ସର ରୋକିବାରେ ଚିନାବାଦାମ ସହାୟତା କରିଥାଏ | ଚିନାବାଦାମରେ ପ୍ରଚୁର ପରିମାଣର ପ୍ରୋଟିନ୍ ସହିତ ଅନ୍ୟ ପୋଷକ ତତ୍ତ୍ବ ରହିଛି। ଏହାକୁ ଖାଇବା ଦ୍ବାରା ଶରୀରକୁ ଶକ୍ତି ମିଳେ। ଶରୀରର ବିକାଶ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ। ଚିନାବାଦାମ କୋଲେଷ୍ଟରଲ ମାତ୍ରାକୁ ନିୟନ୍ତ୍ରିତ କରିଥାଏ |
ସେହିପରି ଚିନାବାଦାମରେ ପର୍ଯ୍ୟାପ୍ତ ମାତ୍ରାରେ କ୍ୟାଲସିୟମ ଏବଂ ଭିଟାମିନ୍ ଡି ରହିଛି। ଏହା ଏକ ପ୍ରାକୃତିକ ଓ ଶସ୍ତା ଡ୍ରାଏଫ୍ରୁଟ୍। ଏହାକୁ ଖାଇବା ଦ୍ବାରା ହାଡ଼ ଶକ୍ତ ହୋଇଥାଏ | ତେବେ ଚିନାବାଦାମର ନାଲି ଚୋପା ଖାଇବା କଥା ନୁହେଁ ବୋଲି ବିଶେଷଜ୍ଞ କୁହନ୍ତି |