ପ୍ରବାସୀ ଶ୍ରମିକଙ୍କୁ ଘରକୁ ଫେରାଇ ଆଣିବା ପାଇଁ ସୋନୁ ସୁଦ୍ଙ୍କ ସାହାଯ୍ୟକୁ ଏଭଳି ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ
ନୂଆଦିଲ୍ଲୀ: କରୋନା ଭାଇରସ୍ ସଂକ୍ରମଣ କାରଣରୁ ଦେଶରେ ଜାରି ହୋଇଥିବା ଲକ୍ଡାଉନ୍ ହେତୁ ଅନେକ ପ୍ରବାସୀ ଶ୍ରମିକ ହନ୍ତସନ୍ତ ହୋଇପଡ଼ିଛନ୍ତି। ପ୍ରବାସୀ ଶ୍ରମିକମାନେ କିପରି ବିନା ବାଧାରେ ସୁରକ୍ଷିତ ଭାବେ ନିଜ ଘରକୁ ଫେରି ପାରିବେ ସେଥିପାଇଁ ସରକାର ଯଥା ସମ୍ଭବ ପ୍ରୟାସ ଜାରି ରଖିଛନ୍ତି। ଏହି କ୍ରମରେ ଯେଉଁ ନିରାଶ୍ରୟ ପ୍ରବାସୀ ଶ୍ରମିକ ନିଜ ଘରକୁ ଫେରି ପାରୁ ନଥିଲେ, ସେମାନଙ୍କ ପାଖରେ ଦେବଦୂତ ସାଜି ବଲିଉଡ ଅଭିନେତା ସୋନୁ ସୁଦ ପହଞ୍ଚିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସୋନୁ ସୁଦଙ୍କ ସାହାଯ୍ୟରେ ଅନେକ ପ୍ରବାସୀ ସେମାନଙ୍କ ଘରେ ସୁରକ୍ଷିତ ଭାବେ ପହଞ୍ଚି ପାରିଛନ୍ତି। ସୋନୁ ବର୍ତ୍ତମାନ ସମୟରେ ବି ଟୁଇଟରରେ ପ୍ରବାସୀ ଶ୍ରମିକଙ୍କ ସହିତ ସମ୍ପର୍କରେ ରହି ସେମାନଙ୍କୁ ଘରେ ପହଞ୍ଚାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଏଭଳି କାମ ପାଇଁ ଚାରିଆଡ଼ୁ ସୋନୁଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟି ଆସୁଛି।
पैदल क्यों जाओगे दोस्त?? नम्बर भेजो। https://t.co/48vflmw4DA
— sonu sood (@SonuSood) May 22, 2020
ନିକଟରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ସୋନୁ ସୁଦଙ୍କ ଏହି ଟୁଇଟର ରିଟୁଇଟ କରି ତାଙ୍କ କାମର ଭୁରିଭୁରି ପ୍ରଶଂସା କରିଛନ୍ତି।
I’ve had the privilege of knowing you as a professional colleague for over 2 decades now @SonuSood & celebrated your rise as an actor ;but the kindness you have displayed in these challenging times makes me prouder still 🙏thank you for helping those in need🙏🙏 https://t.co/JcpoZRIr8M
— Smriti Z Irani (@smritiirani) May 24, 2020
ସୋନୁ ଏକ ଟୁଇଟରେ ଲେଖିଥିଲେ, ‘ପାଦରେ କାହିଁକି ଯିବ ସାଙ୍ଗ’। ଏହି ଟୁଇଟର ରିଟୁଇଟ କରି ସ୍ମୃତି ଇରାନୀ ଲେଖିଛନ୍ତି, ‘ଏହା ମୋର ସୌଭାଗ୍ୟ କି ଜଣେ ପେସାଦାର ସାଥୀ ଭାବେ ତୁମକୁ ଅନେକ ବର୍ଷ ହେବ ଜାଣିଛି। ଅଭିନେତା ଭାବେ ତୁମର ସଫଳତା ଉପରେ ମୁଁ ଖୁସି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ପ୍ରବାସୀ ଶ୍ରମିକଙ୍କ ପାଇଁ ତୁମର ସାହାଯ୍ୟ ପାଇଁ ଅଶେଷ ଅଶେଷ ଧନ୍ୟବାଦ।’