ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଇ-ଅଭିଯୋଗ ପ୍ରକୋଷ୍ଠ ଓ ୱେବ୍‌ପୋର୍ଟାଲ୍ ଉଦ୍‌ଘାଟିତ

ଖୋର୍ଦ୍ଧା: ମୋ ସରକାର ଓ ୫-ଟି କାର୍ଯ୍ୟକ୍ରମ ଅନୁସାରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଇ-ଅଭିଯୋଗ ପ୍ରକୋଷ୍ଠ ଓ ୱେବ୍‌ପୋର୍ଟାଲ୍ ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଅଭିଯୋଗ ପ୍ରକୋଷ୍ଠ ନିକଟରେ ଏହି ଇ-ଅଭିଯୋଗ ପ୍ରକୋଷ୍ଠକୁ ଉଦ୍‌ଘାଟନ କରିଛନ୍ତି । ଏହା ସହ ଜନସମ୍ପର୍କ ଡଟ୍ ଖୋର୍ଦ୍ଧା ଡଟ୍ କୋ ଡଟ୍ ଇନ୍ ୱେବ୍ ପୋର୍ଟାଲ୍‌ର ମଧ୍ୟ ଲୋକାର୍ପଣ କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ କହିଛନ୍ତି ଯେ ଏହା ଏକ ନାଗରିକ ଆଭିମୁଖ୍ୟ ୱେବ୍‌ପୋର୍ଟାଲ୍ । ଏହା ଦ୍ୱାରା ଜନତା ଜିଲ୍ଲାପାଳ କାର୍ଯ୍ୟାଳୟକୁ ନଆସି ଘରେ ବସି ଅଭିଯୋଗ ଦାଖଲ କରାଯାଇପାରିବ । ଏହି ପୋର୍ଟାଲ୍‌ରେ ୨୦୯ ଗୋଟି ଅଫିସ ସହ ସଂଯୋଗ ରହିଛି । ଖୋର୍ଦ୍ଧା ଏନ୍‌ଆଇସି ୱେବ୍‌ପୋର୍ଟାଲ୍ ସହ ଏହାର ଲିଙ୍କ୍ ରହିବ । ଲୋକଙ୍କ ଅଭିଯୋଗ ପାଇବା ପରେ ସମସ୍ୟାର ସମାଧାନ କରାଯାଇପାରିବ । ଏହା ସହ ଏହି ପୋର୍ଟାଲ୍‌ରେ ପ୍ରଶାସନର ପଦକ୍ଷେପ ସମ୍ପର୍କରେ ମଧ୍ୟ ଜନସାଧରଣ ନିଜ ପ୍ରତିକ୍ରିୟା ଦେଇପାରିବେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅନୁଜ କୁମାର ଦାସପଟ୍ଟନାୟକ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିଭିନ୍ନ ବିଭାଗର ଅଧିକାରୀ, ସହକାରୀ ଜିଲ୍ଲାପାଳ (ଅଭିଯୋଗ) ରବିନାରାୟଣ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର