ଶିଶୁର ମୃତଦେହ ଧରି ବୁଲିଲା କୁକୁର
ହାଟଡିହି: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ମୁଗୁପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସକାଳୁ ସକାଳୁ ବୈତରଣୀ ନଦୀପଟୁ ଏକ ବୁଲା କୁକୁର ସଦ୍ୟଜାତ ଶିଶୁକନ୍ୟାର ମୃତଦେହ ଧରି ଗାଁ ଗାଁ ବୁଲିଥିଲା। ଲୋକେ ପାଟି କରିବାରୁ କୁକୁରଟି ହୀରାପୁର ଗାଁରେ କୁକୁର ଛୁଆଙ୍କ ନିକଟରେ ଶିଶୁକନ୍ୟାର ମୃତଦେହ ଛାଡ଼ି ପଳାଇଥିଲା। କିଛି ସମୟ ପରେ କୁକୁରଟି ପୁଣି ଆସି ମୃତଦେହ ନେଇ ବୈତରଣୀ ନଦୀ ଆଡ଼େ ପଳାଇଥିଲା।