ଆପଣ ରୋଷେଇ କଲାବେଳେ ତରକାରୀ ବା ଡ଼ାଲିରେ ଅଧିକ ହଳଦୀ ପଡିଯାଇଛି କି? ଭୁଲରେ ଅଧିକ ହଳଦୀ ପଡିଯାଇଥିବାରୁ ସ୍ୱାଦ ବିଗିଡ଼ିଯିବାର ଚିନ୍ତା କରୁଛନ୍ତି କି? ଯଦି ହଁ, ତେବେ ଆମେ ଆପଣଙ୍କୁ ଆଜି ଏମିତି କିଛି ଉପାୟ କହିବୁ ଯାହାଦ୍ୱାରା ହଳଦୀର କଡା ସ୍ୱାଦ କମିଯିବ ଆଉ ତରକାରୀର ସ୍ୱାଦ ଅତୁଟ ରହିବ | ବାସ୍ତବରେ ହଳଦୀରେ ଅନେକ ପ୍ରକାରର ଔଷଧୀୟ ଗୁଣ ସହ ଆଣ୍ଟିଅକ୍ସିଡାଣ୍ଟ ଥାଏ | କିନ୍ତୁ ତରକାରୀ ବା ଡ଼ାଲିରେ ଅଧିକ ହଳଦୀ ମିଶିବା ଦ୍ୱାରା ଖାଦ୍ୟର ସ୍ୱାଦ ମଧ୍ୟ ନଷ୍ଟ ହୋଇଯାଇପାରେ | ତେବେ କେମିତି ହଳଦୀର କଡାପଣକୁ କମେଇବେ ଜାଣନ୍ତୁ |
Sambad is now on WhatsApp
Join and get latest news updates delivered to you via WhatsApp
ଦହି
ସମସ୍ତେ ଦହିକୁ ବହୁତ ପସନ୍ଦ କରନ୍ତି | ଯଦି ଆପଣଙ୍କ ତରକାରୀରେ ଅତ୍ୟଧିକ ହଳଦୀ ପଡିଯାଇଛି, ତେବେ ତରକାରୀରେ ଟିକେ ଦହି ମିଶାନ୍ତୁ, ଏହା ହଳଦୀର କଡାପଣକୁ କମାଇଦେବ |
ପାଣି
ହଳଦୀର କଡାପଣକୁ କମାଇବାର ସହଜ ଉପାୟ ହେଉଛି ଏଥିରେ ପାଣି ମିଶାଇବା | ଏହା ହଳଦୀର କଡାପଣକୁ ହ୍ରାସ କରିବାରେ ସାହାଯ୍ୟ କରିବ | ପାଣି ବ୍ୟତୀତ ଆପଣ ଲେମ୍ବୁ ରସ ମିଶାଇବା ଦ୍ୱାରା ମଧ୍ୟ ଅଧିକ ହଳଦୀ ମିଶିଥିଲେ ବି କଡାପଣ ରହିବ ନାହିଁ |
କ୍ରିମ୍
ଅତ୍ୟଧିକ ହଳଦୀ ପଡିଯାଇଥିଲେ ସ୍ବାଦକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଆଉ ଏକ ସହଜ ଉପାୟ ହେଉଛି କିଛି କ୍ରିମ ମିଶାଇଦିଅନ୍ତୁ | କିଛି ଚାମଚ ତାଜା କ୍ରିମ୍ ନମିଳିଲେ ଆପଣ ନଡ଼ିଆ କ୍ଷୀର ମଧ୍ୟ ମିଶେଇପାରିବେ | ଏହା ଦ୍ୱାରା ହଳଦୀର ତିକ୍ତତା କମିଯିବା ସହ ଖାଦ୍ୟର ସ୍ୱାଦ ବଢ଼ିଯାଇଥାଏ |