ଚଳିତ ମାସରେ ୫ଜି ସେବା ଆରମ୍ଭ କରିବ ଏୟାରଟେଲ

ନୂଆଦିଲ୍ଲୀ : ଚଳିତ ମାସରେ ହିଁ ଦେଶରେ ୫ଜି ସେବା ଆରମ୍ଭ କରିବ ଏୟାରଟେଲ । ଏ ସଂପର୍କରେ କମ୍ପାନିର ସିଇଓ ଗୋପାଳ ବିଠଲ କହିଛନ୍ତି । ସେ କହିଛନ୍ତି ଯେ ଆସନ୍ତା ଡିସେମ୍ବର ସୁଦ୍ଧା ଅଧିକାଂଶ ମେଟ୍ରୋ ସହରରେ ଏହି ସେବା ଆରମ୍ଭ କରାଯିବ ଓ ୨୦୨୩ ସୁଦ୍ଧା ଦେଶର ଅଧିକାଂଶ ସହରରେ ଏହି ସେବା ଆରମ୍ଭ ହୋଇଯିବ ।

ସେ ଆହୁରି ମଧ୍ୟ କହିଛନ୍ତି ଏହି ସେବା ୪ଜି ସେବା ତୁଳନାରେ ୨୦-୩୦ ଗୁଣ ଦ୍ରୁତତର ହେବ । ବର୍ତ୍ତମାନ ଉପଲବ୍ଧ ଥିବା ଅଧିକାଂଶ ଏୟାରଟେଲ ସିମ ୫-ଜି କୁ ସପୋର୍ଟ କରିବ ବୋଲି ସେ କହିଛନ୍ତି ।

ଗତ ୨୯ ତାରିଖରେ ଦେଶର ବୃହତ୍ତମ ଟେଲିକମ କମ୍ପାନି ରିଲାଏନ୍ସ ଜିଓ ଆସନ୍ତା ଦିପାବଳୀ ସୁଦ୍ଧା ୫ଜି ସେବା ଆରମ୍ଭ କରିବାକୁ ଘୋଷଣା କରିଥିଲା ।

ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ୧ରେ ୫ଜି ସ୍ପେକ୍ଟ୍ରମ ନିଲାମ ଶେଷ ହୋଇଥିଲା । ଏହି ନିଲାମରୁ ସରକାର ମୋଟ ୧ଲକ୍ଷ ୫୦ ହଜାର ୧୭୩ କୋଟି ଟଙ୍କା ପାଇବେ । ୫-ଜି ସ୍ପେକ୍ଟ୍ରମ ନିଲାମରେ ଜିଓ, ଏୟାରଟେଲ ବ୍ୟତୀତ  ଭୋଡାଫୋନ ଆଇଡିଆ ଓ ଅଦାନି ଗ୍ରୁପ ମଧ୍ୟ ଅଂଶଗ୍ରହଣ କରିଥିଲା ।

ଗତ ଅଗଷ୍ଟ ୩ୟ ସପ୍ତାହରେ କେନ୍ଦ୍ର ଟେଲିକମ କମ୍ପାନି ଅଶ୍ବିନୀ ବୈଷ୍ଣବ କହିଥିଲେ ଯେ ଅକ୍ଟୋବର ୧୨ ପୂର୍ବରୁ ଦେଶରେ ୫ଜି ସେବା ଆରମ୍ଭ ହେବ ।

 

 

 

ସମ୍ବନ୍ଧିତ ଖବର