ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ୍‌ ସେଲ୍‌ ପ୍ରାଇମ୍‌ ସଦସ୍ୟଙ୍କ ପାଇଁ ୧୨ ଘଣ୍ଟା ପୂର୍ବରୁ ଉପଲବ୍ଧ ହେବ

ନୂଆଦିଲ୍ଲୀ : ଦେଶର ଅଗ୍ରଣୀ ଅନଲାଇନ୍‌ ସଂସ୍ଥା ଅମାଜନ୍‌ ଡଟ୍‌ ଇନ୍‌ ପକ୍ଷରୁ ଗ୍ରେଟ୍‌ ଇଣ୍ଡିଆନ୍‌ ସେଲ୍‌ ଯୋଜନା ଆରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅବସରରେ ଗ୍ରାହକଙ୍କୁ ଆକର୍ଷଣୀୟ ମୂଲ୍ୟରେ ଅନେକ ସାମଗ୍ରୀ ଯୋଗାଇ ଦିଆଯିବ। ଏହି ଯୋଜନା ଆସନ୍ତା ଅକ୍ଟୋବର ୧୦ ତାରିଖ ରାତ୍ର ୧୨ ଘଟିକାରଦ୍ଧ୍ୱ ଅକ୍ଟୋବର ୧୫ ତାରିଖ ରାତ୍ରୀ ୧୧.୫୯ ଘଟିକା ପର୍ଯ୍ୟନ୍ତ ଉପଲବ୍ଧ ହେବ। ତେବେ ପ୍ରାଇମ୍‌ ସଦସ୍ୟଙ୍କ ପାଇଁ ଏହା ୨୦୧୮ ଅକ୍ଟୋବର ୯ ତାରିଖ ମଧ୍ୟାହ୍ନ ୧୨ଟା ଠାରୁ ଆରମ୍ଭ ହେବ। ଏହି ସମୟରେ ଗ୍ରାହକ ଆମାଜନ୍‌ରେ ମହଜୁଦ୍‌ ଥିବା ୧୭୦ ନିୟୁତରୁ ଅଧିକ ସାମଗ୍ରୀ ମଧ୍ୟରୁ ଗ୍ରାହକ ନିଜ ମନପସନ୍ଦର ସାମଗ୍ରୀ କ୍ରୟ କରିବାର ସୁଯୋଗ ପାଇବେ। ନୂତନ ମି ଟିଭି ପ୍ରୋ ସିରିଜ୍‌ରେ ୩୨ ଏବଂ ୪୯ ଇଞ୍ଚ ଟିଭି ପ୍ରାଇମ୍‌ ସଦସ୍ୟଙ୍କୁ ୨୦୧୮ ଅକ୍ଟୋବର ୯ ତାରିଖ ରାତି ୯ ଟାଠାରୁ ଯୋଗାଇ ଦିଆଯିବ ଏବଂ ୨୪୦୦ ଟଙ୍କାର କ୍ୟାସବ୍ୟାକ୍‌ ସୁବିଧା ଉପଲବ୍ଧ ହେବ। ଫାୟାର ଟିଭି ଷ୍ଟିକି ଇକୋ ଉପରେ ରିହାତି ସହିତ ପ୍ରାଇମ୍‌ ଭିଡ଼ିଓ କାରୱାନ, ଧଡ଼କ, ଫ୍ୟାନି ଖାନ୍‌ ଆଦି ଉପଲବ୍ଧ ହେବ। ବିଭିନ୍ନ ସାମଗ୍ରୀ ମଧ୍ୟରେ ସ୍ମାର୍ଟଫୋନ୍‌ ଠାରୁ ଆରମ୍ଭ କରି ଫେସନ୍‌ ସାମଗ୍ରୀ, ଗୃହ ଏବଂ କିଚେନ୍‌ ସାମଗ୍ରୀ, ବୃହତ୍‌ ଆପଲାଏନ୍ସ୍‌, ଟିଭି, ସ୍ପୋର୍ଟସ୍‌ ଏବଂ ଫିଟ୍‌ନେସ୍‌ ସାମଗ୍ରୀ ପ୍ରଭୃତି ଗ୍ରାହକ ପକେଟକୁ ସୁହାଇଲା ଭଳି ମୂଲ୍ୟରେ ଆମାଜନ୍‌ ଷ୍ଟୋର୍‌ରୁ କ୍ରୟ କରିପାରିବେ। ପ୍ରାଇମ୍‌ ସଦସ୍ୟଙ୍କୁ ଖୁବ୍‌ କମ୍‌ ସମୟ ମଧ୍ୟରେ ବିଭିନ୍ନ ସାମଗ୍ରୀ ଯୋଗାଇ ଦିଆଯିବ। ଏସ୍‌ବିଆଇ ଡେବିଟ୍‌ ଏବଂ କ୍ରେଡିଟ୍‌ କାର୍ଡ ବ୍ୟବହାରକାରୀଙ୍କୁ ୧୦ ପ୍ରତିଶତ ରିହାତି ସୁଯୋଗ ଉପଲବ୍ଧ ହେବ। ଆମାଜନ ପେ ବାଲାନ୍ସ ଗ୍ରାହକଙ୍କୁ ୩୦୦ଟଙ୍କାର କ୍ୟାସ୍‌ ବ୍ୟାକ୍‌ ସୁବିଧା ଉପଲବ୍ଧ ହେବ।

ସମ୍ବନ୍ଧିତ ଖବର