ଉତ୍ତରାଖଣ୍ଡରେ ଚାଲିଲା ବନ୍ଦେ ଭାରତ ଟ୍ରେନ୍

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ପ୍ରଥମ ବନ୍ଦେ ଭାରତ ଟ୍ରେନ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲ୍ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି। ନୂଆଦିଲ୍ଲୀରୁ ଡେରାଡୁନ୍ ମଧ୍ୟରେ ଏହି ଟ୍ରେନ୍ ଚାଲିବ। ଏହା ଭାରତର ୧୭ତମ ବନ୍ଦେ ଭାରତ ଟ୍ରେନ୍। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତରାଖଣ୍ଡର ରେଳପଥଗୁଡ଼ିକର ବିଦ୍ୟୁତ୍‌କରଣର ମଧ୍ୟ ଉଦ୍‌ଘାଟନ କରିଛନ୍ତି। ଡେରାଡୁନ୍-ଦିଲ୍ଲୀ ବନ୍ଦେ ଭାରତ ଟ୍ରେନ୍ ଚଳାଚଳର ଶୁଭରମ୍ଭ ପାଇଁ ଡେରାଡୁନ୍ ରେଳ ଷ୍ଟେସନରେ ଆୟୋଜିତ କାର୍ଯ୍ୟକ୍ରମରେ ଉତ୍ତରାଖଣ୍ଡ ରାଜ୍ୟପାଳ ଲେଫଟନାଣ୍ଟ୍‌ ଜେନେରାଲ୍ ଗୁରମିତ ସିଂହ, ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ, ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର