ଆର୍ଥିକ ସ୍ଥିରତା ରିପୋର୍ଟ: ବ୍ୟା‌ଙ୍କ ସ୍ଥିତି ଏବେ ବି ଜଟିଳ

ମୁମ୍ବାଇ: ଦେଶରେ ବ୍ୟାଙ୍କ ଗୁଡ଼ିକର ସ୍ଥିତି ଏବେ ବି ଜଟିଳ ରହିଛି। ଆଗାମୀ ଦିନରେ ବ୍ୟାଙ୍କ ଗୁଡ଼ିକର ମୋଟ ଅନାଦାୟ ଋଣ ବଢ଼ିବ। ୨୦୨୦ ମସିହା ସୁଦ୍ଧା ଏହା ୯.୯ ପ୍ରତିଶତକୁ ବୃଦ୍ଧି ପାଇବ। ଚଳିତବର୍ଷ ସେପ୍ଟେମ୍ବରରେ ଏହା ୯.୩ ପ୍ରତିଶତ ରହିଥିଲା। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆଜି ପ୍ରକାଶିତ ଆର୍ଥିକ ସ୍ଥିରତା ରିପୋର୍ଟରେ ଏଭଳି ତଥ୍ୟ ରଖାଯାଇଛି। ଦେଶର ସ୍ଥୂଳ ଅର୍ଥନୀତିରେ ଦେଖାଦେଇଥିବା ସ୍ଥିତି ଓ ଅନ୍ୟାନ୍ୟ କାରଣ ଯୋଗୁ ଏହା ବୃଦ୍ଧି ପାଇବ। ସରକାରୀ ବ୍ୟାଙ୍କ ଗୁଡ଼ିକର ମୋଟ ଏନପିଏ ୨୦୧୯‌ ସେପ୍ଟେମ୍ବରରେ ୧୨.୭ ପ୍ରତିଶତ ରହିଥିବାବେଳେ ୨୦୨୦ ସେପ୍ଟେମ୍ବର ବେଳକୁ ଏହା ୧୩.୨ ପ୍ରତିଶତକୁ ବୃଦ୍ଧି ପାଇବ। ଅନ୍ୟପକ୍ଷରେ ଘରୋଇ ବ୍ୟାଙ୍କ ଗୁଡ଼ିକର ଏନପିଏ ଏହି ସମୟ ମଧ୍ୟରେ ୩.୯ ପ୍ରତିଶତରୁ ୪.୨ ପ୍ରତିଶତକୁ ବୃଦ୍ଧି ପାଇବ। ସେହିଭଳି ବିଦେଶୀ ବ୍ୟାଙ୍କ ଗୁଡ଼ିକର ମୋଟ ଏନପିଏ ଏହି ସମୟ ମଧ୍ୟରେ ୨.୯ ପ୍ରତିଶତରୁ ୩.୧ ପ୍ରତିଶତକୁ ବୃଦ୍ଧି ପାଇବ।

ସମ୍ବନ୍ଧିତ ଖବର