ବିଏସ୍‌ଏନ୍‌ଏଲ୍‌ ପୁଣିଥରେ ନିଜ ପ୍ଲାନ୍‌ରେ ପରିବର୍ତ୍ତନ ଆଣିଛି

ନୂଆଦିଲ୍ଲୀ: ସରକାରୀ କମ୍ପାନି ବିଏସ୍‌ଏନ୍‌ଏଲ୍‌ ଲଗାତାର ନିଜ ପ୍ଲାନ୍‌ରେ ପରିବର୍ତ୍ତନ ଆଣିବାରେ ଲାଗିଛି। କମ୍ପାନି ଅନେକଗୁଡ଼ିଏ ନୂଆ ପ୍ଲାନ୍‌ ଲଞ୍ଚ୍‌ କରିଛି। କିଛି ଦିନ ପୂର୍ବରୁ କମ୍ପାନି ନିଜର ୩୩୩ ଓ ୪୪୪ଟଙ୍କାର ପ୍ରିପେଡ୍‌ ପ୍ଲାନ୍‌ରେ ପରିବର୍ତ୍ତନ ଆଣିଥିଲା। ଚଳିତ ଥର ବି କମ୍ପାନି ନିଜର ମହଜୁଦ୍‌ ଥିବା ୬୬୬ଟଙ୍କାର ପ୍ରିପେଡ ପ୍ଲାନ୍‌ରେ ପରିବର୍ତ୍ତନ କରି ଦେଇଛି।

ପ୍ରକାଶିତ ରିପୋର୍ଟ ମୁତାବକ, ବିଏସ୍‌ଏନ୍‌ଏଲ୍‌ ନିଜର ୬୬୬ଟଙ୍କାର ପ୍ଲାନ୍‌ ବୈଧତାକୁ ହ୍ରାସ କରିଛି। ଏଯାବତ୍‌ କମ୍ପାନି ଏହି ପ୍ଲାନ୍‌ରେ ୧୨୯ଦିନ ବୈଧତା ପ୍ରଦାନ କରୁଛି। ଯାହାକୁ ଏବେ ହ୍ରାସ କରି ୧୨୨ଦିନ କରି ଦେଇଛି। କମ୍ପାନି ସମସ୍ତ ସର୍କଲରେ ଏହି ପ୍ଲାନ୍‌ର ଭେଲିଡିଟି ପରିବର୍ତ୍ତନ କରିଛି। ବିଏସ୍‌ଏନ୍‌ଏଲ୍‌ ନିଜର ୬୬୬ଟଙ୍କା ପ୍ଲାନ୍‌ରେ ଦିଲ୍ଲୀ ଓ ମୁମ୍ବାଇକୁ ଛାଡ଼ି ସମସ୍ତ ସର୍କଲରେ ଅସୀମିତ କଲିଂ ସୁବିଧା ଦେଉଛି। କଲିଂ ବ୍ୟତୀତ ଏହି ପ୍ଲାନ୍‌ରେ ପ୍ରତିଦିନ ୧.୫ଜିବି ଡାଟା ଦିଆଯାଉଛି। ଏହି ପ୍ଲାନ୍‌ରେ ୧୦୦ଏସ୍‌ଏମ୍‌ଏସ୍‌ ପ୍ରତିଦିନ ମିଳୁଛି। ବିଏସ୍‌ଏନ୍‌ଏଲ୍‌ ନିଜର କିଛି ପ୍ଲାନ୍‌ରେ ଅତିରିକ୍ତ ୨.୨ଜିବି ଡାଟା ଅଫର ଦେଉଛି।

ସମ୍ବନ୍ଧିତ ଖବର