ପୁଲ୍‌ଓ୍ଵାମା ହାମ୍‌ଲା ପାଇଁ ବ୍ୟବହାର କରା ଯାଇଥିବା ମାରୁତି ଇକୋ ଗାଡ଼ିର ମାଲିକ ହେଉଛି ଜେଇଏମ୍‌ ଆତଙ୍କବାଦୀ ସଜାଦ୍‌ ଭଟ୍ଟ: ଏନ୍‌ଆଇଏ

ନୂଆଦିଲ୍ଲୀ: ପୁଲ୍‌ଓ୍ଵାମା ଆତଙ୍କବାଦୀ ହାମ୍‌ଲା ପାଇଁ ବ୍ୟବହୃତ ହୋଇଥିବା ମାରୁତି ଇକୋ ଗାଡ଼ିର ମାଲିକ ହେଉଛି ଜୈସ୍‌-ଇ- ମହମ୍ମଦ (ଜେଇଏମ୍‌)ର ଅନ୍ୟତମ ଆତଙ୍କବାଦୀ ସଜାଦ୍‌ ଭଟ୍ଟ। ଏବଂ ସଜାଦ୍‌ ଭଟ୍ଟର ଘର ଜାମ୍ମୁ-କଶ୍ମୀରର ଅନନ୍ତନାଗ ଜିଲ୍ଲା ଅନ୍ତର୍ଗତ ବିଜ୍‌ବିହାରା ଅଞ୍ଚଳରେ। ଆଜି ସନ୍ଧ୍ୟାରେ ଏହି ଖୁଲାସା କରିଛି ନ୍ୟାସନାଲ ଇନ୍‌ଭେଷ୍ଟିଗେଟିଭ୍‌ ଏଜେନ୍ସି (ଏନ୍‌ଆଇଏ)।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଗତ ଫେବ୍ରୁଆରି ୧୪ ତାରିଖରେ ଆତଙ୍କବାଦୀ ସଂଗଠନ ଜେଇଏମ୍‌ ଦ୍ୱାରା ହୋଇଥିବା ଆତଙ୍କବାଦୀ ହାମ୍‌ଲାରେ ୪୦ ଜଣ ସିଆ୍‌ପିଏଫ୍‌ ଯବାନ ଶହୀଦ ହେବାପରେ ଏବେ ଏହି ଘଟଣାର ତଦନ୍ତ କରୁଛି ଏନ୍‌ଆଇଏ। ଭଟ୍ଟର ମାରୁତି ଇକୋ ଗାଡ଼ିରେ ଆରଡିଏକ୍ସ ଓ ଆଇଆଡି ବୋଝେଇ କରାଯାଇ ଏହି ଆତ୍ମଘାତୀ ହାମ୍‌ଲା କରାଯାଇଥିଲା। ଏହି ଆତଙ୍କବାଦୀ ବିସ୍ଫୋରଣରେ ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇ ଯାଇଥିବା ଏହି ଗାଡ଼ିର ଫୋରେନ୍‌ସିକ୍‌ ଯାଞ୍ଚପରେ ଏହା ଏକ ମାରୁତି ଇକୋ ଗାଡ଼ି ଓ ଏହାର ମାଲିକ ଜେଇଏମ୍‌ର ଅନ୍ୟତମ ଆତଙ୍କବାଦୀ ସଜାଦ୍‌ ଭଟ୍ଟ ବୋଲି ଏନ୍‌ଆଇଏ ଜାଣିବାକୁ ପାଇଛି।


ଏଥିସହ ଫେବ୍ରୁଆରି ୧୪ର ଏହି ହାମ୍‌ଲା ପରେ ଭଟ୍ଟ ଫେରାର ଥିବା ଏନ୍‌ଆଇଏ କହିଛି। ସଜାଦ୍‌ ଭଟ୍ଟ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜେଇଏମ୍‌ରେ ଯୋଗ ଦେବା ପରେ ହାତରେ  ଏକ ବନ୍‌ଦୁକ ଧରି ସୋସିଆଲ ମିଡିଆରେ ଫଟୋ ଛାଡ଼ିଥିବା ମଧ୍ୟ କହିଛି ଏନ୍‌ଆଇଏ।

ସମ୍ବନ୍ଧିତ ଖବର