ଗ୍ରାହକଙ୍କୁ ଭ୍ରମିତ କଲା ଭଳି ବିଜ୍ଞାପନ ଦେଲେ, ୧୦ ଲକ୍ଷ ଟଙ୍କାର ଜରିମାନା ସହିତ ୨ ବର୍ଷ ଜେଲଦଣ୍ଡ

ଜନିଷ ଖରାପ ପଡ଼ିଲେ ଫେରି ପାଇବେ ଟଙ୍କା

ନୂଆଦିଲ୍ଲୀ: ବିଭିନ୍ନ ପ୍ରକାରର ଅଫରର ପ୍ରଲୋଭନ ଦେଖାଇ ଲୋକଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ କରୁଥିବା ବିଜ୍ଞାପନ ଉପରେ ଏବେ ସରକାର ଅଙ୍କୁଶ ଲାଗାଇବା ପାଇଁ ଯୋଜନା କରିଛନ୍ତି। ଆଗାମୀ କ୍ୟାବିନେଟ ବୈଠକରେ କନଜ୍ୟୁମର ପ୍ରୋଟେକସନ ବିଲ ୨୦୧୭ ଉପରେ ମୋହର ଲାଗିବାର ସମ୍ଭାବନା ରହିଛି । ଏହି ବିଲଟି ପାଇଁ ସରକାର ଆମେରିକାର ପ୍ରସ୍ତାବ ଅନୁସାରେ ଏଭଳି ଏକ ଏଜେନ୍‌ସିର ଗଠନ କରିବେ ଯିଏକି ଦେଶର ପ୍ରତ୍ୟେକ ଗ୍ରାହକର ଅଧିକାରକୁ ଗୁରୁତ୍ୱ ଦେବ ।

ଏହି ନୂଆ ବିଲ ଆଧାରରେ ବ୍ରାଣ୍ଡକୁ ନେଇ ସେଲିବ୍ରେଟିଙ୍କର ଦାୟିତ୍ୱ ର୍ନିଦ୍ଧାରଣ କରାଯିବ । ଏବଂ ଗ୍ରାହକଙ୍କୁ ଭ୍ରମିତ କଲା ଭଳି ବିଜ୍ଞାପନ ଉପରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । କଞ୍ଜ୍ୟୁମର ପ୍ରୋଟେକସନ ବିଲ ୨୦୧୭ ଆଧାରରେ ୧୦ ଲକ୍ଷ ଟଙ୍କାର ଜରିମାନା ଏବଂ ୨ ବର୍ଷ କାଳ ଜେଲଦଣ୍ଡାଦେଶ ମଧ୍ୟ ପ୍ରସ୍ତାବ ରହିଛି । ତେବେ ସରକାରଙ୍କର ଏହି ନୂଆ ବିଲ୍‌ ସିଧାସଳଖ ସେଲିଂ କମ୍ପାନିଗୁଡିକ ଉପରେ ହିଁ ଲାଗୁ କରାଯିବ । ବିଲଟିର ବ୍ଲୁପ୍ରିଣ୍ଟ ୨୦୧୫ରୁ ହିଁ ହୋଇସାରିଛି । ଏହାପରେ ଏହାକୁ ଖାଦ୍ୟ ଏବଂ ଉପଭୋକ୍ତା ମାମଲାରେ ସ୍ଥାୟୀ ସମିତି ବା ଷ୍ଟାଣ୍ଡିଂ କମିଟି ନିକଟକୁ ପଠାଯାଇଥିଲା । ଯଦି କ୍ୟାବିନେଟ ଏହାକୁ ମଞ୍ଜୁରି ଦେଇ ଦିଏ ତେବେ ଏହାକୁ ମଧ୍ୟ ଲୋକସଭାରେ ପେରିତ କରିଦିଆଯିବ ।

ନୂଆ ନିୟମ ଅନୁସାରେ, ଯଦି ଆପଣ କୌଣସି ଖାଦ୍ୟ ପ୍ୟାକେଟ୍‌ କିଣିଛନ୍ତି ଏବଂ ସେହି ପ୍ୟାକେଟକୁ ଅନ୍ୟ ୧୦୦ ଜଣ ଲୋକ ମଧ୍ୟ କିଣିଛନ୍ତି ଏବଂ ଉକ୍ତ ଖାଦ୍ୟଟିକୁ ଖାଇବା ଦ୍ୱାରା ସମସ୍ତଙ୍କର ଦେହ ଖରାପ ହୋଇଯାଏ କିନ୍ତୁ ଅସୁସ୍ଥ୍ୟ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେବଳ ଜଣେ ବ୍ୟକ୍ତି ହିଁ କମ୍ପାନି ବିରୋଧରେ ଅଭିଯୋଗ ଆଣନ୍ତି ତେବେ ବାକି ୯୯ଜଣ ଗ୍ରାହକଙ୍କୁ ମଧ୍ୟ ଗୋଟିଏ ହିଁ ଅଭିଯୋଗକାରୀଙ୍କ ଦାବି ଉପରେ କ୍ଷତିପୂରଣ ମିଳିବ । ଏହି ଅଭିଯୋଗ ଆପଣଙ୍କୁ ଉଭୟ ଅନଲାଇନ ଏବଂ ନିକଟସ୍ଥ ଉପଭୋକ୍ତା ଅଦାଲତକୁ ଯାଇ କରିପାରିବେ ।

ସେହିପରି ଯଦି ମାନୁଫ୍ୟାକଚରିଂ, ଡିଜାଇନିଂ, ଫର୍ମୁଲା, ଟେଷ୍ଟିଂ ଏବଂ ପ୍ୟାକେଜିଂ ଆଦିରେ ଭୁଲ୍‌ କାରଣରୁ କୌଣସି ଗ୍ରାହକର ଜୀବନ ଯିବା ଭଳି କ୍ଷତି ଘଟେ ତେବେ ଏଭଳି ପରିସ୍ଥିତିରେ ମାନୁଫ୍ୟାକ୍‌ଚର୍ସ ହିଁ ଦାୟୀ ରହିବ । ଖାଲି ସେତିକି ନୁହେଁ ସରକାରଙ୍କର ଏହି ନୂଆ ନୀତିରେ ଇ-କମର୍ସ କମ୍ପାନିମାନେ ମଧ୍ୟ ସାମିଲ ଅଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ଜଣେ ଗ୍ରାହକ ବିକ୍ରେତା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କେବଳ ଲେଣଦେଶ ଥିବା ସ୍ଥାନରେ କରିପାରିବେ । ସେହିପରି ଯଦି ଏନେଇ କେହି କୌଣସ ପ୍ରକାରର ମିଥ୍ୟା ଅଭିଯୋଗ କରନ୍ତି ତେବେ ଉକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ୧୦,୦୦୦ରୁ ଆରମ୍ଭ କରି ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଲଗାଯିବ।

ସମ୍ବନ୍ଧିତ ଖବର