ଲଞ୍ଚ ହେଲା ଦୁନିଆର ସବୁଠାରୁ ଶସ୍ତା ଏଲସିଡି ଟିଭି

ନୂଆଦିଲ୍ଲୀ: ମଙ୍ଗଳବାର ‘ଡିଟଲ’ ନାମକ ଏକ ପ୍ରମୁଖ କମ୍ପାନି ଏଲସିଡି ଟିଭିକୁ ଭାରତୀୟ ବଜାରରେ ଲଞ୍ଚ କରିଛି । ତେବେ ଏହାର ମୂଲ୍ୟ ମାତ୍ର ୪ହଜାର ଟଙ୍କା ରହିଛି। ଏହାକୁ ଦୁନିଆର ସବୁଠାରୁ ଶସ୍ତା ଟିଭି ବୋଲି କମ୍ପାନି ପକ୍ଷରୁ ଦାବି କରାଯାଇଛି । ଏଣୁ ଚଳିତ ଆର୍ଥିକ ବର୍ଷରେ ଏହି ଟିଭିରୁ ୧୦୦କୋଟି ଟଙ୍କା ଆୟ କରିବାକୁ କମ୍ପାନି ଲକ୍ଷ ରଖିଛି । ୧୯ ଇଞ୍ଚର ଏହି ଟିଭିରେ ୟୁଏସ୍ୱି ପୋର୍ଟ ଓ ଏଚ୍‌ଡିଏମ୍‌ଆଇ ପୋର୍ଟ ରହିଛି । ଏହା ସାହାଯ୍ୟରେ ଲୋକମାନେ କମ୍ପ୍ୟୁଟର ଓ ଲାପଟପର ମଧ୍ୟ ଫାଇଦା ଉଠାଇପାରିବେ ।

ଏବେ ବି ଦେଶରେ ପ୍ରାୟ ୩୩ରୁ ୩୪ ପ୍ରତିଶତ ଲୋକଙ୍କ ଟିଭି ନାହିଁ । ଏହାକୁ ଦୃଷ୍ଟିରେ ରଖି ସବୁଠାରୁ କମ ଦାମରେ ଟିଭି ତିଆରି କରିବାକୁ ନିଷ୍ପତ୍ତି ନିଆ ଯାଇଥିଲା ବୋଲି ଡିଟଲ କମ୍ପାନିର ପ୍ରବନ୍ଧ ନିର୍ଦ୍ଦେଶକ ଯୋଗେଶ ଭାଟିଆ ସୂଚନା ଦେଇଛନ୍ତି। ଗତ ବର୍ଷ ଏହି କମ୍ପାନିର ଆୟ ୫୦ କୋଟି ଟଙ୍କା ରହିଥିଲା । ୨୪ରୁ ୬୫ ଇଞ୍ଚରେ ଏହି କମ୍ପାନି ୧୦ଟି ମଡେଲର ଟିଭି ବଜାରକୁ ଛାଡିଛି ।

ସମ୍ବନ୍ଧିତ ଖବର