ମଧ୍ୟପ୍ରଦେଶ: ୨୩୦ ଆସନ ପାଇଁ ମତଦାନ ଶେଷ; ୭୫ ପ୍ରତିଶତ ମତଦାତା କଲେ ମତଦାନ

ଭୋପାଳ (ମଧ୍ୟପ୍ରଦେଶ): ୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭା ପାଇଁ ଆଜି ଭୋଟ ଗ୍ରହଣ ଆଜି (ବୁଧବାର) ଅପରାହ୍ଣରେ ଶେଷ ହୋଇଛି। ଆଜିର ମତଦାନରେ ରାଜ୍ୟର ୭୫ ପ୍ରତିଶତ ମତଦାତା ସକ୍ରିୟ ଅଂଶ ଗ୍ରହଣ କରି ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ଗତ ୨୦୧୩ରେ ହୋଇଥିବା ନିର୍ବାଚନରେ ମତଦାନ ହାର ଠାରୁ ୨୦୧୮ ନିର୍ବାଚନରେ ରାଜ୍ୟରେ ମତଦାନ ହାର ଅଧିକ ରହିଥିବା ଜାଣିବାକୁ ମିଳିଛି।
ମଧ୍ୟପ୍ରଦେଶର ୨୩୦ ବିଧାନସଭା ଆସନ ମଧ୍ୟରୁ ୨୨୭ ଆସନ ପାଇଁ ସକାଳ ୮ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯାଇଥିବା ବେଳେ ନକ୍ସଲ ଅଧ୍ୟୁଷିତ ଅଞ୍ଚଳ ମଧ୍ୟରେ ରହି ଯାଇଥିବା ତିନିଟି ବିଧାନସଭା କ୍ଷେତ୍ର- ଲାଞ୍ଜି, ପରାଶଓ୍ଵାଡ଼ା ଓ ବାଇହାର-ରେ ସକାଳ ୭ଟା ଠାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ମତଗ୍ରହଣ କରା ଯାିଥିଲା। ମତଗ୍ରହଣକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ପାଇଁ ରାଜ୍ୟରେ ୧.୮ ଲକ୍ଷ ସୁରକ୍ଷା କର୍ମୀ ମୁତୟନ ହୋଇଥିଲେ।
ସଂପ୍ରତି ମଧ୍ୟପ୍ରଦେଶରେ ଶାସନ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟି (ବିଜେପି) ଚଳିତ ନିର୍ବାଚନରେ ବିରୋଧୀ କଂଗ୍ରେସକୁ ବାଜିମାତ୍‌ କରି ଲଗାତାର ଚତୁର୍ଥ ଥର ପାଇଁ ଶାସନ କ୍ଷମତା ହାତେଇବାକୁ ଉଦ୍ୟମ ଜାରି ରଖିଥିବା ବେଳେ ବିରୋଧୀ କଂଗ୍ରେସ କିନ୍ତୁ କଡ଼ା ଟକ୍କର ଦେଇଛି।

ସମ୍ବନ୍ଧିତ ଖବର