ୟୁଏଇ କଂପାନିଙ୍କୁ ‌ଧର୍ମେନ୍ଦ୍ରଙ୍କ ଆମନ୍ତ୍ରଣ

ଭୁବନେଶ୍ବର: ପାଞ୍ଚ ଦିନିଆ ବିଦେଶ ଗସ୍ତରେ ଥିବା କେନ୍ଦ୍ର ପେଟ୍ରୋଲିୟମ୍ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୟୁଏଇର ତୈଳ, ଗ୍ୟାସ୍, ପେଟ୍ରୋଲିୟମ୍ ଓ ଇସ୍ପାତ କଂପାନିଗୁଡ଼ିକର ମୁଖ୍ୟ ଓ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଏବଂ ପୁଞ୍ଜିନିବେଶ ଉପରେ ଗୁରୁତ୍ବ ଦିଆଯାଇଥିଲା। ଉଭୟ ଦେଶ ପରସ୍ପରର ତୈଳ ଓ ଗ୍ୟାସ୍‌ କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ୟୁଏଇରେ ଭାରତ ଏହାର ଉପସ୍ଥିତିକୁ ଆହୁରି ସୁଦୃଢ଼ କରିବା ପାଇଁ ଆଲୋଚନା ହୋଇଥିଲା। ଦୁବାଇ ଠାରେ ୟୁଏଇର ଇସ୍ପାତ ପ୍ରତିନିଧିଙ୍କ ସହ ଶ୍ରୀ ପ୍ରଧାନ ସ୍ବତନ୍ତ୍ର ଆଲୋଚନା କରିଥିଲେ। ଭାରତରେ ପୁଞ୍ଜିନିବେଶ କରିବାକୁ ସେ ୟୁଏଇର ଇସ୍ପାତ କଂପାନିଗୁଡ଼ିକୁ ଆମନ୍ତ୍ରିତ କରିଥିଲେ। ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ୟୁଏଇର ରାଷ୍ଟ୍ରପତି ଏଚ୍‌ଇ ଶିଖ୍‌ ଖଲିଫା ବିନ୍ ଜୟଦ୍ ଅଲ୍ ନାହ୍ୟାନ୍ ତୈଳ ଓ ଗ୍ୟାସ୍‌ କ୍ଷେତ୍ରରେ ଭାରତ ଓ ୟୁଏଇ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବାକୁ ପ୍ରତିବଦ୍ଧ। ସେହି ସହଯୋଗିତାକୁ ଆଗକୁ ବଢ଼ାଇବା ଲାଗି ଶ୍ରୀ ପ୍ରଧାନ ଉଦ୍ୟମ କରିଛନ୍ତି।

ସମ୍ବନ୍ଧିତ ଖବର