ଡ଼ିସଟିଭି ଓ ଟାଟା ସ୍କାଏ ଗ୍ରାହକଙ୍କ ପାଇଁ ବଡ ଖବର !

ନୂଆଦିଲ୍ଲୀ: ଗତ କିଛି ମାସ ଧରି ଡିଟିଏଚ ଶିଳ୍ପରେ ଉନ୍ନତି-ଅବନତି ଦେଖିବାକୁ ମିଳିଛି | ଏହି ଶିଳ୍ପରେ ଡ଼ିସ ଟିଭିକୁ ପଛରେ ପକାଇ ଏବେ ଟାଟା ସ୍କାଏ ଏକ ନମ୍ବର ସ୍ଥାନ ଅଧିକାର କରିଛି | ତେବେ ଏବେ ଡିଟିଏଚ ଶିଳ୍ପକୁ ନେଇ ଆସିଛି ବଡ ଖବର | କାରଣ ଡିଟିଏଚ ସେବା ପ୍ରଦାନ କରୁଥିବା ଦୁଇଟି କମ୍ପାନୀ ଏୟାରଟେଲ ଡିଜିଟାଲ ଟିଭି ଓ ଡ଼ିସ ଟିଭି ମଧ୍ୟରେ ଖୁବ ଶୀଘ୍ର ବିଲୟ ହେବାକୁ ଯାଉଥିବା ନେଇ ଚର୍ଚ୍ଚା ଜୋର ଧରିଛି | ଏହି ଦୁଇ ଡିଟିଏଚ କମ୍ପାନୀଙ୍କ ମଧ୍ୟରେ ବିଲୟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି |

ଇକୋନୋମିକ ଟାଇମ୍ସର ରିପୋର୍ଟ ଅନୁସାରେ ଏୟାରଟେଲ ଡିଜିଟାଲ ଟିଭି, ବାରବର୍ଗ ପିଙ୍କ୍ସ ଓ ଏସେଲ ଗ୍ରୁପ ମଧ୍ୟରେ ବୁଝାମଣା ପାଇଁ ତିନି କମ୍ପାନୀ ରାଜି ହୋଇଯାଇଛନ୍ତି | ଏଠାରେ ସୂଚନା ଥାଉ କି ୨୦୧୭ ମସିହାରେ ଭାରତୀ ଟେଲିମିଡ଼ିଆ ଏହାର ୨୦ ପ୍ରତିଶତ ସେୟାର ବାରବର୍ଗ ପିଙ୍କ୍ସକୁ ବିକିଦେଇଥିଲା |

ତେବେ ବିଲୟ ପରେ ବି କମ୍ପାନୀ ପକ୍ଷରୁ ନିବେଶ ଜାରି ରହିବ | ଡ଼ିସ ଟିଭି ଓ ଏୟାରଟେଲ ଡିଜିଟାଲ ଟିଭିର ବିଲୟ ପ୍ରକ୍ରିୟା ପ୍ରଥମେ ଭାରତୀ ଗ୍ରୁପ ମୁଖ୍ୟ ସୁନୀଲ ଭାରତୀ ମିତ୍ତଲ ଆରମ୍ଭ କରିଥିଲେ | ରିଲାଏନ୍ସ ଜିଓ ଯେତେବେଳେ ଦୁଇଟି ପ୍ରମୁଖ ଟେଲିଭିଜନ କେବୁଲ ସଂସ୍ଥା ଫର୍ମସ ଡେନ ନେଟୱାର୍କ ଓ ହାଥୱେର ସେୟାର କୁ କିଣିଥିଲା, ସେତେବେଳେ ଏୟାରଟେଲ ମୁଖ୍ୟ ମଧ୍ୟ ବିଲୟ ପାଇଁ ପ୍ରୟାସ ଆରମ୍ଭ କରିଦେଇଥିଲେ |

ସମ୍ବନ୍ଧିତ ଖବର