ଲକଡାଉନ୍ ସମୟରେ ହ୍ବାଟ୍ସଆପ୍ ବ୍ୟବହାରକାରୀ ଏହି ୧୦ ଭୁଲ୍ କରନ୍ତୁ ନାହିଁ, ଫସି ପାରନ୍ତି
ମୁମ୍ବାଇ: ଲୋକପ୍ରିୟ ମେସେଜିଂ ଆପ୍ ହ୍ବାଟ୍ସଆପ୍ କାହା ଫୋନ୍ରେ ଅବା ନାହିଁ! ହ୍ବାଟ୍ସ ବ୍ୟବହାରକାରୀଙ୍କ ସଂଖ୍ୟା କହିଲେ ନସରେ। ହେଲେ ଆପଣ ଜାଣିରଖନ୍ତୁ ଯେ ଏହି ଆପ୍ କେତେକାଂଶରେ ଆପଣଙ୍କୁ ବିପଦରେ ମଧ୍ୟ ପକାଇପାରେ। ବିଶେଷ କରି ଲକଡାଉନ୍ ସମୟରେ କରୋନା ନେଇ ସୋସିଆଲ ମିଡିଆରେ ଅପପ୍ରଚାର ଚାଲିଛି। ସାବଧାନ ନ ରହିଲେ ଫସି ପାରନ୍ତି। ସେଥିପାଇଁ ଆପଣଙ୍କ ବ୍ୟକ୍ତିଗତ ତଥ୍ୟକୁ ସଦା ଗୋପନ ରଖନ୍ତୁ। ଯଦି ଆପଣ ଜଣେ ହ୍ବାଟ୍ସଆପ୍ ବ୍ୟବହାରକାରୀ ତେବେ ଏହି ସବୁ ଭୁଲ୍ କରନ୍ତୁ ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
: ସମସ୍ତଙ୍କୁ ଆପଣଙ୍କ ହ୍ବାଟ୍ସଆପ୍କୁ ସ୍ବାଗତ କରନ୍ତୁ ନାହିଁ। ଆବଶ୍ୟକ ନଥିବା ବ୍ୟକ୍ତିଙ୍କୁ କଣ୍ଟାକ୍ଟସରୁ ଡିଲିଟ୍ କିମ୍ବା ବ୍ଲକ୍ କରି ଦିଅନ୍ତୁ।
: ନିଶ୍ଚିତ ରୁହନ୍ତୁ ଯେ ଆପଣଙ୍କ ପ୍ରୋଫାଇଲ୍ ଫଟୋ ଯେପରି ଆପଣଙ୍କ ସଂପର୍କିତ କୌଣସି ବ୍ୟକ୍ତିଗତ ତଥ୍ୟ ପ୍ରଦାନ କରୁନଥିବ।
: ନିଜ ଆକାଉଣ୍ଟ୍କୁ ସୁରକ୍ଷିତ ରଖିବା ପାଇଁ ଟୁ-ଷ୍ଟେପ୍ ଭେରିଫିକେସନ୍ ପିନ୍ ଆଡ୍ କରିବାକୁ ଆଦୌ ବି ଭୁଲନ୍ତୁ ନାହିଁ।
: ଆପଣଙ୍କ ଷ୍ଟାଟସ୍କୁ ଏଭ୍ରିୱାନ୍ ବା ପବ୍ଲିକ୍ରେ ରଖନ୍ତୁ ନାହିଁ।
: ସମସ୍ତଙ୍କୁ କୌଣସି ବି ହ୍ବାଟ୍ସଆପ୍ ଗ୍ରୁପ୍ରେ ଆଡ୍ କରିବାର ଅନୁମତି ଦିଅନ୍ତୁ ନାହିଁ।
: ସମସ୍ତ ହ୍ବାଟ୍ସଆପ୍ ମିଡିଆ ଫାଇଲ୍ ଆପେ ଆପେ ’ଅଟୋମେଟିକାଲି’ ଗ୍ୟାଲେରିରେସେଭ୍ ହେବା ପାଇଁ ଥିବା ଅପ୍ସନକୁ ଡାଜାବଲ୍ କରିଦିଅନ୍ତୁ।
: ଗୁଗୁଲ୍ ଡ୍ରାଇଭ୍ରୁ ଅଟୋ ଚାଟ୍ ବ୍ୟାକ୍ଅପ୍କୁ ଡିଜାବଲ୍ କରିଦିଅନ୍ତୁ।
: ହ୍ବାଟ୍ଆପ୍ରେ କାହାକୁ ପର୍ଣ୍ଣ ଭିଡିଓ କ୍ଲିପ୍ ସେୟାର୍ କରନ୍ତୁ ନାହିଁ।
: ଗୁଜବ ଖବର କିମ୍ବା ତଥ୍ୟକୁ ପ୍ରଘଟ ହେବାକୁ ଦିଅନ୍ତୁ ନାହିଁ।
: ଅନ୍ୟ କାହାର ନାମରେ ଥିବା ହ୍ବାଟ୍ସଆପ୍ ଆକାଉଣ୍ଟ୍କୁ ବ୍ୟବହାର କରିବାର ଭୁଲ୍ କରନ୍ତୁ ନାହିଁ।