ଫେବ୍ରୁଆରିରେ ଭାରତକୁ ଆସୁଛି ବିଶ୍ୱର ସବୁଠାରୁ ଶସ୍ତା ଇଲେକ୍ଟ୍ରିକ କାର, ଜାଣନ୍ତୁ ମୂଲ୍ୟ

ନୂଆଦିଲ୍ଲୀ: ଆସନ୍ତା ଫେବ୍ରୁଆରି ମାସରେ ଅଟୋ ଏକ୍ସପୋ ୨୦୨୦ ଆୟୋଜନ ହେବାକୁ ଯାଉଛି | ଏହି ଅଟୋ ଏକ୍ସପୋରେ ଚୀନର କାର ନିର୍ମାତା ଗ୍ରେଟ ୱାଲ ମୋଟର୍ସ ଭାରତରେ ନିଜର ପ୍ରଥମ କାର ପ୍ରଦର୍ଶନ କରିବ | ଏହା ସହ କମ୍ପାନୀ ଭାରତରେ ନିଜର ବ୍ୟବସାୟ ଆରମ୍ଭ କରିବ | ଅଟୋ ପ୍ରଦର୍ଶନୀରେ ଗ୍ରେଟ ୱାଲ ମୋଟର୍ସ କିଛି ଏସୟୁଭି କାର ସହ ଇଲେକ୍ଟ୍ରିକ କାର ଓରା ଆର-୧ ପ୍ରଦର୍ଶିତ କରିବ | ଓରା ଆର ୧ ଦୁନିଆର ସବୁଠାରୁ ଶସ୍ତା ଇଲେକ୍ଟ୍ରିକ କାର ଭାବେ ବେଶ ଜଣାଶୁଣା | ଏହି କାରରେ ୩୫ କିଲୋୱାଟର ମୋଟର ଲାଗିଥିବା ବେଳେ ଏହା ସର୍ବାଧିକ ୩୫୧ କିଲୋମିଟରର ଯାତ୍ରା କରିପାରିବ |

ଏହି କାରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସିଷ୍ଟମ ସହ କନେକ୍ଟିଭିଟି ଫିଚର ମିଳିବ | ଅର୍ଥାତ ‘ହେଲୋ ଓରା’ କହିବା ଦ୍ୱାରା ଏହି ସିଷ୍ଟମକୁ ଆକ୍ଟିଭ କରାଯାଇପାରିବ | ଏହି କାରର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୦୦ କିଲୋମିଟର ରହିଥିବାବେଳେ କମ୍ପାନୀ ପକ୍ଷରୁ ତିନି ବର୍ଷ ବା ୧ ଲକ୍ଷ ୨୦ ହଜାର କିଲୋମିଟର ଉପରେ ଗ୍ୟାରେଣ୍ଟି ଦିଆଯିବ |

ଏହି କାରର ମୂଲ୍ୟ ୬ ଲକ୍ଷ ୨୩ ହଜାର ଟଙ୍କାରୁ ୮.୧୦ ଲକ୍ଷ ଟଙ୍କା ମଧ୍ୟରେ ରହିବ ବୋଲି ଜଣାପଡିଛି | ଏଠାରେ ସୂଚନା ଥାଉ କି ଦିନକୁ ଦିନ ପେଟ୍ରୋଲ ମୂଲ୍ୟ ବଢିବା ଯୋଗୁଁ ଲୋକମାନେ ଏବେ ଇଲେକ୍ଟ୍ରିକ କାର ଚଳାଇବାକୁ ପସନ୍ଦ କରୁଥିବାର ଦେଖିବାକୁ ମିଳିଛି | ଶବ୍ଦ ଓ ଧ୍ୱନି ପ୍ରଦୂଷଣ ବିନା କମ ଖର୍ଚ୍ଚ ଯୋଗୁଁ ଏବେ ଇଲେକ୍ଟ୍ରିକ କାର କିଣିବାକୁ ଲୋକ ମନ ବଳେଇଥିବାରୁ ଅଟୋ ନିର୍ମାତା ମାନେ ମଧ୍ୟ ଏବେ ଏଥିରେ ପାଦ ଥାପିଛନ୍ତି |

ସମ୍ବନ୍ଧିତ ଖବର