ତୁରନ୍ତ ଏହିି କାମ ନକଲେ ଲକ୍ ହେବ ଆପଣଙ୍କ ଫେସବୁକ୍ ଆକାଉଣ୍ଟ

ନୂୂଆଦିଲ୍ଲୀ: ଫେସବୁକ ଏବେ ଏକାଧିକ ଆକାଉଣ୍ଟ ଲକ୍ କରୁଛି। ଯଦି ଆପଣ ମଧ୍ୟ ଫେସବୁକ୍ କହିଥିବା କାମ ନକରନ୍ତିି, ତେବେ ଆପଣଙ୍କର ଆକାଉଣ୍ଟ ମଧ୍ୟ ଲକ୍ ହୋଇଯିବ। ଯଦି ଆପଣ ଫେସବୁକ୍ ପ୍ରୋଟେକ୍ଟ ଟର୍ନ୍ ଅନ୍ କରିନାହାଁନ୍ତି, ତେବେ ଆପଣଙ୍କର ଆକାଉଣ୍ଟ ମଧ୍ୟ ଲକ୍ ହେବାର ସମ୍ଭାବନା ରହିଛି। ଏହି ମାସ ଆରମ୍ଭରେ, ଫେସବୁକ୍ ନିଜ ଉପଭୋକ୍ତାମାନଙ୍କୁ ଏନେଇ ମେଲ୍ ମଧ୍ୟ ପଠାଇଥିଲା।

ଦି ଭର୍ଜର ରିପୋର୍ଟ ଅନୁଯାୟୀ, ଫେସବୁକ୍ ପ୍ରୋଟେକ୍ଟ ଟର୍ନ୍ ଅନ୍ କରିବାକୁ କମ୍ପାନିରୁ ଉପଭୋକ୍ତାଙ୍କୁ ଏକ ମେଲ୍ ପଠାଯାଇଥିଲା। ଯେଉଁଥିରେ ମାର୍ଚ୍ଚ ୧୭ସୁଦ୍ଧା ଫେସବୁକ୍ ପ୍ରୋଟେକ୍ଟ ଟର୍ନ୍ ଅନ୍ କରିବାକୁ କୁହାଯାଇଥିଲା। ନହେଲେ ଆକାଉଣ୍ଟକୁ ଲକ୍ କରିବାକୁ କୁହାଯାଇଥିଲା। ରିପୋର୍ଟରେ କୁହାଯାଇଛି ଯେ ଏହି ଇମେଲଟି ସିକ୍ୟୁରିଟି @ ଫେସବୁକମେଲ.କମରୁ ପଠାଯାଇଥିଲା। ସେଥପାଇଁ ଏହି ମେଲ୍ ଅନେକ ଲୋକଙ୍କ ସ୍ପାମ୍ ଫୋଲ୍ଡରକୁ ଯାଇଥିବାରୁ ଉପଭୋକ୍ତାମାନେ ଏଥିପ୍ରତି ଧ୍ୟାନ ଦେଇନଥିଲେ। ମାର୍ଚ୍ଚ ୧୭ ସୁଦ୍ଧା ମେଲ ମାଧ୍ୟମରେ ଆକାଉଣ୍ଟକୁ ସୁରକ୍ଷା ଦେବା ପାଇଁ ଫେସବୁକ ହାଇ-ରିସ୍କରେ ଥିବା ବ୍ୟବହାରକାରୀଙ୍କୁ କହିଥିଲା।

ଯେଉଁମାନେ ଏହା କରିନାହାଁନ୍ତି, ବର୍ତ୍ତମାନ ସେମାନଙ୍କର ଆକାଉଣ୍ଟ ଲକ୍ ହୋଇଯାଇଛି। ଆକାଉଣ୍ଟକୁ ଖୋଲିବା ବେଳେ, ସେମାନଙ୍କୁ ଏ ବିଷୟରେ ଏକ ବାର୍ତ୍ତା ମିଳୁଛି ଏବଂ ପରେ କ’ଣ କରିବେ ତାହା କୁହାଯାଉଛି। ତେବେ ଟ୍ୱିଟରରେ ଅନେକ ଲୋକ ଅଭିଯୋଗ କରୁଛନ୍ତି ଯେ ଯେଉଁମାନେ ସମୟସୀମା ପୂର୍ବରୁ ଏହି ବୈଶିଷ୍ଟ୍ୟକୁ ସକ୍ରିୟ କରିଛନ୍ତି ସେମାନଙ୍କ ଆକାଉଣ୍ଟ ମଧ୍ୟ ଲକ୍ ହୋଇଛି।

ସମ୍ବନ୍ଧିତ ଖବର